Latest Odisha News

ଲଦାଖ ସୀମାରୁ ଟ୍ୟାଙ୍କ ପଛକୁ ହଟାଇଲା ଚୀନ

ନୂଆଦିଲ୍ଲୀ : ବୁଝାମଣା ପରେ ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରୁ ସୈନ୍ୟ ପ୍ରତ୍ୟାହାର କାର୍ଯ୍ୟ ଆରମ୍ଭ କରିଛନ୍ତି ଭାରତ ଓ ଚୀନ । ଉଭୟ ଦେଶ ପାଙ୍ଗୋଙ୍ଗ ହ୍ରଦର ଉଭୟ ପାର୍ଶ୍ୱରେ ମୁତୟନ କରିଥିବା ଟ୍ୟାଙ୍କ ଓ ଯୁଦ୍ଧ ଯାନବାହନକୁ ପଛକୁ ହଟାଉଛନ୍ତି । ବୁଝାମଣା ଅନୁଯାୟୀ, ପ୍ରଥମ ଦଫାରେ ଭାରତୀୟ ଟ୍ୟାଙ୍କ ଗୁଡ଼ିକ ନୟୋମା ଓ ଏହାର ଆଖପାଖ ଅଞ୍ଚଳକୁ ଫେରିଛି ।

ସେହିପରି ଚୀନ ନିଜର ଟ୍ୟାଙ୍କ ଗୁଡ଼ିକୁ ସିରିଜପ ଓ ମୋଲଡୋ ଗାରିସନର ପଛକୁ ନେଇଛି । ଫରୱାର୍ଡ ପୋଜିସନରେ ଥିବା ଟ୍ୟାଙ୍କ ଓ ଯୁଦ୍ଧ ଯାନବାହନ ପଛକୁ ହଟିଛନ୍ତି । ପାଙ୍ଗୋଙ୍ଗର ଉଭୟ ପାର୍ଶ୍ୱରୁ ୭ ଦିନ ମଧ୍ୟରେ ସେନା ପ୍ରତ୍ୟାହାର କାର୍ଯ୍ୟକ୍ରମ ଶେଷ ହେବ ବୋଲି ଜଣାପଡ଼ିଛି ।

Comments are closed.