ବେଜିଂ: କରୋନାର ଏନ୍ତୁଡିଶାଳ ଭାବେ ବିବେଚିତ ଚୀନକୁ ପୁଣି ଫେରିଛି ଏହି ଭାଇରସ । ରିପୋର୍ଟ ମୁତାବକ ଚାଙ୍ଗଚୁନ ସହରରେ ଏହା ଦ୍ରୁତ ଗତିରେ ବ୍ୟାପିବାରୁ ଲକଡାଉନ ନିୟମ ଲାଗୁ କରାଯାଇଛି । ୯୦ ଲକ୍ଷ ବିଶିଷ୍ଟ ଏହି ସହର ଏବେ ପୁଣି ନୀରବ ପାଲଟି ଯାଇଛି । ଅତ୍ୟାବଶକୀୟ ସେବାକୁ ଛାଡି ଅନ୍ୟ ସବୁ ବନ୍ଦ କରାଯାଇଛି । ଲୋକଙ୍କ ମନରେ ପୁନର୍ବାର ଭୟ ସଂଚାର କରିବାରେ ଲାଗିଛି ।
ସରକାର ଏବଂ ସ୍ଥାନୀୟ ପ୍ରଶାସନଙ୍କ ନିର୍ଦ୍ଦେଶକ୍ରମେ ଏହା ଉପରେ କଡା ନଜର ରଖାଯାଇଛି । ଅନ୍ୟ ସହର ସହ ଏହାର ଯୋଗାଯୋଗ ବନ୍ଦ କରାଯାଇଛି । ଶୁକ୍ରବାର ୧୩୬୯ ନୂତନ କେସ ସମ୍ମୁଖକୁ ଆସିଥିଲା । କରୋନା ଭାଇରସ ଏହା ନୂତନ ଭ୍ୟାରିଆଂଟ କି ନାହିଁ ତାହାର ଗବେଷଣା ଚାଲିଛି ।
Comments are closed.