ନୂଆଦିଲ୍ଲୀ: ଚାଇନାରେ ଦେଖାଯାଇଛି ଏବେ ଜନସଂଖ୍ୟା ସଙ୍କଟ । ବଢ଼ୁଥିବା ଜନସଂଖ୍ୟା ସହିତ ଲଢ଼େଇ କରି ବିଶ୍ୱର ବହୁ ଜନସଂଖ୍ୟା ବିଶିଷ୍ଟ ଦେଶ ମଧ୍ୟରେ ଜଣେ ହୋଇ ଭାରତକୁ ଅତିକ୍ରମ କରିବାକୁ ପ୍ରସ୍ତୁତ ହୋଇସାରିଥିବା ଚାଇନା ଏହାର ଜନ୍ମ ହାର ବୃଦ୍ଧି କରିବା ପାଇଁ ଏବେ ସଂଘର୍ଷ କରୁଛି । କାରଣ ସେଠାକାର ପ୍ରାୟତଃ ମହିଳାମାନେ ଛୁଆ ଜନ୍ମ କରିବାକୁ ଇଚ୍ଛା କରୁନାହାନ୍ତି । ସେଠାକାର ମହିଳାମାନେ ସର୍ବ ପ୍ରଥମେ ସେମାନଙ୍କ କ୍ୟାରିୟର ଏବଂ ବ୍ୟକ୍ତିଗତ ଲକ୍ଷ୍ୟ ଉପରେ ଧ୍ୟାନ ଦେଉଥିବା ଦେଖିବାକୁ ମିଳୁଛି ।
ଗତ ୨୦୧୬ରେ ଚୀନ୍ ସରକାର ଏକ-ଶିଶୁ ନୀତି ସମାପ୍ତ କରି ୨୦୨୧ରେ ଶିଶୁ ଜନ୍ମ ସୀମାକୁ ବର୍ଜନ କରିଥିଲେ। କିନ୍ତୁ କିଛି ବିବାହିତ ଦମ୍ପତିଙ୍କର କମ୍ ସନ୍ତାନ ଅଛନ୍ତି ଓ ଅନେକ ମହିଳା ଛୁଆ ଜନ୍ମ କରିବାକୁ ଇଚ୍ଛା କରୁନାହାନ୍ତି ବୋଲି ସିଙ୍ଗାପୁରର ଜାତୀୟ ବିଶ୍ୱବିଦ୍ୟାଳୟର ସମାଜବିଜ୍ଞାନ ଏବଂ ଆନ୍ଥ୍ରୋପୋଲୋଜି ବିଭାଗର ସହକାରୀ ପ୍ରଫେସର ମୁ ଜେଙ୍ଗ କହିଛନ୍ତି । ଚାଇନାରେ ଏବେ ମହିଳାମାନେ ବାହା ହୋଇ ଘର ସଂସାର କରିବା ପରିବର୍ତ୍ତେ ନିଜ କ୍ୟାରିଅର ଅଧିକ ଫୋକସ କରୁଥିବା ଦେଖାଯାଉଛି। ଯାହାକି ଜନସଂଖ୍ୟା ହ୍ରାସର ଅନ୍ୟ ଏକ କାରଣ ବୋଲି କୁହାଯାଉଛି।
ମିଳିଥିବା ରିପୋର୍ଟ ଅନୁସାରେ ଯେ ୨୦୨୧ ମସିହାରେ ଜନସଂଖ୍ୟା ୧.୪୧୩ ବିଲିୟନରୁ ୨୦୨୨ ମସିହାରେ ୧.୪୧୨ ବିଲିୟନକୁ ହ୍ରାସ ପାଇଛି। ତଥ୍ୟ ଅନୁଯାୟୀ, ୧୯୬୦ ପରଠାରୁ ପ୍ରଥମ ଥର ପାଇଁ ପ୍ରାକୃତିକ ଅଭିବୃଦ୍ଧି ହାର ନକାରାତ୍ମକ ଥିଲା।
Comments are closed.