ନୂଆଦିଲ୍ଲୀ: ମାଙ୍କଡମାନଙ୍କ ଉପରେ ଏହାର ପ୍ରଥମ କୋଭିଡ-୧୯ ଟିକା ପରୀକ୍ଷଣ ସଫଳ ହୋଇଥିବା ଦାବି କରୁଛି ଚୀନ୍ ।
ଖବର ଅନୁଯାୟୀ, ବେଜିଂ ସ୍ଥିତ ସିନୋଭାକ୍ ବାୟୋଟେକ୍ ଦ୍ୱାରା ନିର୍ମିତ କୋଭିଡ୧୯ ଟିକା ‘PiCoVacc’, ଭାରତର ଏକ ପ୍ରକାର ମାଙ୍କଡ଼ଙ୍କ ଉପରେ ପରୀକ୍ଷଣ କରିଥିଲା।
ତିନି ସପ୍ତାହ ପରେ, ଟୀକା ପ୍ରୟୋଗ କରାଯାଇଥିବା ମାଙ୍କଡ଼ମାନେ କରୋନାଭାଇରସ୍ ସଂସ୍ପର୍ଶରେ ଆସିଥିଲେ। ଏକ ସପ୍ତାହ ପରେ, ଦେଖାଗଲା ଯେ ଅଧିକ ମାତ୍ରାରେ ଟୀକା ଦିଆଯାଉଥିବା ମାଙ୍କଡମାନେ କୋଭିଡ୧୯ ଜୀବାଣୁ ଦ୍ୱାରା ସଂକ୍ରମିତ ହୋଇ ନାହାନ୍ତି । ସେଥିପାଇଁ ଏହି ଟିକାକୁ ପ୍ରଭାବଶାଳୀ ବୋଲି ବିବେଚନା କରୁଛି ଚୀନ।
‘PiCoVacc’ ଟିକା ଦିଆଯାଇନଥିବା ମାଙ୍କଡମାନେ ଏହି ଜୀବାଣୁ ସଂକ୍ରମିତ ହୋଇ ଭୟଙ୍କର ନିମୋନିଆରେ ଆକ୍ରାନ୍ତ ହୋଇଥିବା ପ୍ରକାଶ।
ପ୍ରାପ୍ତ ସୂଚନାନୁସାରେ, ଏପ୍ରିଲ ମଧ୍ୟଭାଗରୁ ଚୀନ୍ ମଣିଷ ମାନଙ୍କ ଉପରେ ଟିକା ପରୀକ୍ଷଣ ଆରମ୍ଭ କରି ଦେଇଛି। PiCoVacc ବ୍ୟତୀତ, ଚାଇନାର ସାମରିକ ଅନୁଷ୍ଠାନ ଦ୍ୱାରା ନିର୍ମିତ ସିନୋଫାରମର ଉତ୍ପାଦ ନାମକ ଅନ୍ୟ ଏକ ଟିକା ମଧ୍ୟ ପରୀକ୍ଷଣର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବେଶ କରିଛି ।
Comments are closed.