ବେଜିଂ: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଗଲଓ୍ବାନରେ ମୃତ୍ୟୁ ହୋଇଥିବା ଚୀନ ସେନାଙ୍କ ଭୂତ ପିଛା ଛାଡୁନି । ନିଜ ଦେଶରେ ଏହି ସଂଘର୍ଷକୁ ପ୍ରଥମରୁ ଲୁଚାଇ ଥିବାରୁ ନିଜ ଦେଶବାସୀଙ୍କ ଦ୍ବାରା ସମାଲୋଚନା ହେବା ପରେ ଏବେ ନିଜ ଦେଶର ଲୋକଙ୍କ ରାଗ କମାଇବା ପାଇଁ ଆଜି ସେହି ଚୀନ ସୈନିକଙ୍କୁ ସମ୍ମାନିତ କରିଛନ୍ତି । ଦୁଇ ବର୍ଷ ପରେ ଗଲଓ୍ବାନ କ୍ଷତକୁ ମନେପକାଇବା ସହ ସୈନ୍ୟଙ୍କୁ ସମ୍ମାନ ଦେଇ ଜିନପିଙ୍ଗ ନିଜେ ମଧ୍ୟ ଏହି ଘଟଣାକୁ ସ୍ବୀକାର କରିଛନ୍ତି । ଏହି ଘଟଣାକୁ ସେ ବଞ୍ଚେଇ ରଖିବାକୁ ଚାହୁଁଛନ୍ତି । ନିଜ ରାଜନୈତିକ କ୍ଷମତାକୁ ଚମକାଇବା ପାଇଁ ଏପରି କରିଥିବା ଚର୍ଚା ହେଉଛି । ଏହି ଘଟଣାକୁ ଗମ୍ଭୀର ଦର୍ଶାଇବା ପାଇଁ ସଂର୍ଘଷ ସମୟର ପୂର୍ବ ଭିଡିଓ ଦେଖାଇଛନ୍ତି । ଭାରତୀୟ ସୈନିକଙ୍କ ଆକ୍ରମଣରେ ଚୀନ ସୈନିକଙ୍କର ଯେଉଁ କ୍ଷତି ହୋଇଥିଲା ତାହା ଚୀନ ସେନା ପାଇଁ ବଡ଼ କ୍ଷତି ହୋଇଥିବା ଏଥିରୁ ବୁଝାପଡୁଛି ।
China's Galwan Valley Narrative: Beijing Screens Video To Showcase Xi's Feat, Should Delhi Take Note?#TNDIGITALVIDEOS pic.twitter.com/NzrwM94xPE
— TIMES NOW (@TimesNow) October 17, 2022
୨୦୨୦ ଏପ୍ରିଲମାସରେ ଯ଼ୁଦ୍ଧାଭ୍ୟାସ କରିବା ନାଁରେ ଚୀନ ସେନା ପୂର୍ବ ଲଦାଖର ଗଲଓ୍ନାନରେ ଅନୁପ୍ରବେଶ କରିଥିଲା । ଏହା ପରେ ଦୁଇପକ୍ଷ ମଧ୍ୟରେ ଏକ ବଡ଼ ଧରଣର ସଂର୍ଘଷ ହୋଇଥିଲା । ଜୁନ ୧୫ରେ ଗଲଓ୍ବାନ ଘାଟିରେ ତାହା ଏକ ରକ୍ତାକ୍ତ ସଂଘର୍ଷର ରୂପ ନେଇଥିଲା । ଏହି ସଂଘର୍ଷରେ ଭାରତର ୨୦ ଜଣ ଯ଼ବାନ ସହିଦ ହୋଇଥିଲେ । ଗୁଇନ୍ଦା ସଂସ୍ଥାଙ୍କ ରିପୋର୍ଟ ଅନୁସାରେ ଏଥିରେ ଚୀନର ପ୍ରାୟ ୪୦ ରୁ ୪୫ ସୈନିକ ମୃତ୍ୟୁବରଣ କରିଥିଲେ । ତେବେ ସେତେବେଳେ ଚୀନ ଏହାକୁ ମାନିନଥିଲା । କିନ୍ତୁ ଏହି କ୍ଷତ ଏତେ ଗଭୀର ଥିଲା ଯେ ଚୀନ ରାଷ୍ଟ୍ରପତି ଏହି କ୍ଷତକୁ ଆଜି ବି ଭୁଲି ପାରିନାହାଁନ୍ତି ।
ଚୀନର ରାଜଧାନୀ ବେଜିଂରେ ଚୀନକୁ ଶାସନ କରଥିବା କମ୍ୟୁନିଷ୍ଟ ପାର୍ଟିର ୨୦ତମ ଜାତୀୟ କଂଗ୍ରେସ ଅଧିବେଶନରେ ଏହି ଭିଡିଓ ପ୍ରଦର୍ଶନ କରିବା ସହ ସୈନିକଙ୍କୁ ସମ୍ମାନ ପ୍ରଦର୍ଶନ କରାଯାଇଛି । ଗଲଓ୍ବାନ ସଂଘର୍ଷରେ ଆହତ ହୋଇଥିବା କ୍ବି ଫାବାଓ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) କମାଣ୍ଡରଙ୍କୁ ରାଷ୍ଟ୍ରପତି ନିଜେ ପୋଷ୍ଟର ବୟ ଭାବେ ସମ୍ମାନିତ କରିବା ସହ ଚୀନ ପାଇଁ ଏହି ସେନା ଗୈାରବ ଆଣିଥିବା କହିଥିଲେ । ୨୦୨୨ ବେଜିଂ ଶୀତକାଳୀନ ଅଲମ୍ପିକ୍ସରେ ମଧ୍ୟ ଏହି ସୈନିକଙ୍କୁ ମସାଲ ଧରିବାର ସୁଯୋଗ ମିଳିଥିଲା । ଏଥିରୁ ଯାହା ବୁଝାପଡୁଛି ଗଲଓ୍ବାନ ସଂର୍ଘସକୁ ଏବେ ବି ଭୁଲି ପାରିନି ଚୀନ । ରାଷ୍ଟ୍ରପତି ସି ଜିନପିଙ୍ଗ କେବେ ବି ଭୁଲିନାହାଁନ୍ତି ।
Comments are closed.