Latest Odisha News

BREAKING NEWS

ସତ ହୋଇଥିଲେ ସାଂଘାତିକ ! ୫ ଭାରତୀୟଙ୍କୁ ଅପରହଣ କରିଛି ଚୀନ୍ ସେନା

ନୂଆଦିଲ୍ଲୀ: ଲଦାଖରେ ଭାରତ-ଚୀନ ମଧ୍ୟରେ ବିବାଦ ତେଜିଛି । ଉତ୍ତେଜନା ଲାଗି ରହିଥିବା ବେଳେ ମସ୍କୋରେ ଚୀନ ପ୍ରତିପକ୍ଷଙ୍କ ସହ ଆଲୋଚନା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏଭଳି ସ୍ଥିତିରେ ଅରୁଣାଚଳ ପ୍ରଦେଶରୁ ଚୀନ ସୈନିକ ୫ ଭାରତୀୟଙ୍କୁ ଅପହରଣ କରିଥିବା ଖବରକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ।

BjdElectrycity

ଅରୁଣାଚଳ ପ୍ରଦେଶର କଂଗ୍ରେସ ବିଧାୟକ ନିନୋଙ୍ଗ ଏରିଙ୍ଗ ଏଭଳି ଚାଞ୍ଚଲ୍ୟକର ଦାବି କରିଛନ୍ତି । ଟ୍ୱିଟ୍ କରି ସେ ଲେଖିଛନ୍ତି ଯେ, ଚୀନ୍ ସେନା ୫ ଭାରତୀୟଙ୍କୁ ଅପରହଣ କରି ନେଇଛି । ଅପହୃତ ହୋଇଥିବା ଲୋକମାନେ ସୁବାନସିରି ଜିଲ୍ଲାର ।

ସେ ପ୍ରଧାନମନ୍ତ୍ରୀଙ୍କୁ ଟ୍ୱିଟରେ ଟ୍ୟାଗ କରିବା ସହ ଦାବି କରିଛନ୍ତି, ପିଏଲଏ ଓ କମ୍ୟୁନିଷ୍ଟ ପାର୍ଟି ଅଫ ଚୀନକୁ ଏନେଇ ମୁହଁତୋଡ ଜବାବ ଦେବାକୁ ପଡ଼ିବ ।

ଏନେଇ ସରକାରୀ ଅଧିକାରୀ କିମ୍ୱା କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳି ପାରି ନାହିଁ । ଘଟଣା ସତ ହୋଇଥିଲା ସାଂଘାତିକ । ବଦମାସ ଚୀନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ ।

Leave A Reply

Your email address will not be published.