ବେଜିଂ: ତିନି ମାସ ମଧ୍ୟରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦ୍ୱାରା ମନୋନୀତ ଦୁଇ ଜଣ ହାଇ ପ୍ରୋଫାଇଲ୍ ମନ୍ତ୍ରୀଙ୍କୁ ବିନା କୌଣସି ସରକାରୀ ସ୍ପଷ୍ଟୀକରଣରେ ହଟାଇ ଦିଆଯାଇଛି। ଏହା ସି ଜିନପିଙ୍ଗଙ୍କ କ୍ଷମତା ଓ ରାଜନୈତିକ ଅଭିଳାଷ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
କେତେକ ବିଶ୍ଳେଷକ ମତ ଦିଅନ୍ତି ଯେ ଏହି ବହିଷ୍କାର ସିଙ୍କ ଦୁର୍ବଳତା ଏବଂ ନିରାପତ୍ତାହୀନତାର ସଙ୍କେତ, କାରଣ ସେ ଦଳ ଏବଂ ସେନା ମଧ୍ୟରେ କୌଣସି ସମ୍ଭାବ୍ୟ ଅସନ୍ତୋଷ କିମ୍ବା ବିରୋଧକୁ ଦୂର କରିବାକୁ ଚେଷ୍ଟା କରୁଛନ୍ତି। ଅନ୍ୟମାନେ ଦାବି କରନ୍ତି ଯେ ଏହି ବହିଷ୍କାରଗୁଡ଼ିକ ଜିନପିଙ୍ଗଙ୍କ ଶକ୍ତି ଏବଂ ଆତ୍ମବିଶ୍ୱାସର ପ୍ରତୀକ, କାରଣ ସେ ଦଳ ଏବଂ ସେନା ଉପରେ ନିଜର ନିୟନ୍ତ୍ରଣ ଜାହିର କରନ୍ତି ଏବଂ ଏପରି କରି ସେ ତାଙ୍କ ତୃତୀୟ କାର୍ଯ୍ୟକାଳ ପାଇଁ ପ୍ରସ୍ତୁତ ହେଉଛନ୍ତି।
ଆମେରିକାର ମିୟାମି ବିଶ୍ୱବିଦ୍ୟାଳୟର ଚୀନ ରାଜନୀତି ବିଶେଷଜ୍ଞ ଜୁନ୍ ଟିଉଫେଲ ଡ୍ରେୟର କହିଛନ୍ତି ଯେ, ସେ ବିଶ୍ୱାସ କରନ୍ତି ଯେ, ଏହି ବରଖାସ୍ତ ସି ଜିନପିଙ୍ଗଙ୍କ ଦୁର୍ବଳତା ଓ ଅସୁରକ୍ଷିତତାର ପରିଚୟ ଦେଇଛି। ସେ କହିଛନ୍ତି ଯେ ସି ନିଜ ସରକାରରେ ମନ୍ତ୍ରୀ ପଦ ଦେଇ ପରବର୍ତ୍ତୀ ସମୟରେ ବିନା କାରଣରେ ହଟାଇ ଦେଉଛନ୍ତି, ଯାହା ସମଗ୍ର କମ୍ୟୁନିଷ୍ଟ ପାର୍ଟିକୁ ଜିନପିଙ୍ଗଙ୍କୁ ନିଜ କବଜାରେ ଆଣିବାକୁ ଏକ ପ୍ରକାର ପ୍ରୟାସ।
ୟୁନିଭର୍ସିଟି ଅଫ୍ ଲଣ୍ଡନର ସ୍କୁଲ ଅଫ୍ ଓରିଏଣ୍ଟାଲ ଆଣ୍ଡ ଆଫ୍ରିକୀୟ ଷ୍ଟଡିଜର ଚାଇନା ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଷ୍ଟିଭ୍ ସାଙ୍ଗ୍ କହିଛନ୍ତି ଯେ, ଏହି ବହିଷ୍କାରରୁ ଜଣାପଡ଼ିଛି ଯେ, ଜିନପିଙ୍ଗ’ ସମଗ୍ର କମ୍ୟୁନିଷ୍ଟ ପାର୍ଟିକୁ ‘ଜିନପିଙ୍ଗ’ ଦଳରେ ପରିଣତ କରୁଛନ୍ତି ସେ ଆହୁରି ମଧ୍ୟ କହିଛନ୍ତି ଯେ ଯାହା ବାହାରକୁ କିଛି ଠିକଠାକ ଲାଗୁନି ସରକାରରେ ଏବଂ ତାଙ୍କ ଦଳରେ ଅନେକ ଅସନ୍ତୋଷ ରହିଥିବା ପରିଲିଖିତ ହେଉଛି।
ଉଲ୍ଲେଖଯୋଗ୍ୟ, ଦୁଇ ହାଇପ୍ରୋଫାଇଲ୍ ମନ୍ତ୍ରୀଙ୍କୁ ବହିଷ୍କାର କରିବା ଜିନପିଙ୍ଗ’ଙ୍କ ଶକ୍ତି ବା ଦୁର୍ବଳତାର ପରିଚାୟକ କି ନାହିଁ, ତାହା ନିର୍ଦ୍ଦିଷ୍ଟ ଭାବେ କହିବା ମୁସକିଲ। ତଥାପି, କୌଣସି କାରଣ ବିନା ସେମାନଙ୍କୁ ହଟାଇ ଦିଆଯିବା ସୂଚିତ କରେ ଯେ କିଛି ବଡ ଘଟଣା ଘଟିଛି। ଏହା ମଧ୍ୟ ଉଲ୍ଲେଖଯୋଗ୍ୟ ଯେ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଜିନପିଙ୍ଗଙ୍କ ଦଳ ଏବଂ ସେନା ଉପରେ ନିୟନ୍ତ୍ରଣକୁ ସୁଦୃଢ଼ କରିଆସୁଛନ୍ତି, ଯାହାକୁ ଶକ୍ତି କିମ୍ବା ଅସୁରକ୍ଷିତତାର ସଙ୍କେତ ଭାବରେ ବ୍ୟାଖ୍ୟା କରାଯାଇପାରେ।
ଏହି ବହିଷ୍କାରର ପ୍ରକୃତ ପ୍ରଭାବ ଜି ଜିନପିଙ୍ଗଙ୍କ ନେତୃତ୍ୱ ଏବଂ ଚୀନର ଭବିଷ୍ୟତ ଉପରେ କ’ଣ ପ୍ରଭାବ ପକାଇବ ତାହା ସମୟ ହିଁ କହିବ।
Comments are closed.