Latest Odisha News

ଚୀନର ଗତିବିଧି ବିଶ୍ୱାସଯୋଗ୍ୟ ହେଉ ନାହିଁ : ସୀମାରେ ହେଲିକପ୍ଟର ଉଡାଇଲା

ନୂଆଦିଲ୍ଲୀ: ଚୀନର ଗତିବିଧି ବିଶ୍ୱାସଯୋଗ୍ୟ ହେଉ ନାହିଁ । ଗୋଟିଏ ପଟେ ଦ୍ୱିପାକ୍ଷିକ ଆଲୋଚନା କରୁଥିବା ବେଳେ ଅନ୍ୟପଟେ ଲଦାଖ ସୀମାରେ ଗତିବିଧି ବୃଦ୍ଧି କରୁଛି । ସୋମବାର ଚୀନ ପକ୍ଷରୁ ସୀମାରେ ହେଲିକପ୍ଟର ଉଡା ଯାଇଥିଲା । ତେବେ ଭାରତୀୟ ସେନା ସବୁ ପ୍ରକାର ପରିସ୍ଥିତି ପାଇଁ ସଜାଗ ରହିଛି ।

ଭାରତର ଆକାଶ ସୀମା ଅତିକ୍ରମ କରିବା ସାହାସ ଏ ପର୍ଯ୍ୟନ୍ତ ଚୀନ କରି ନାହିଁ । ଯଦି ଏହା କରେ ତାହାହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭାରତ ପକ୍ଷରୁ କୁହାଯାଇଛି । ସୀମା ନିକଟରେ ଥିବା ସେନାକୁ ଆବଶ୍ୟକ ସାମଗ୍ରୀ ଓ ସହଯୋଗ ଯୋଗାଇବା ପାଇଁ ଚୀନ ହେଲିକପ୍ଟରର ବ୍ୟବହାର କରୁଛି ।

Leave A Reply

Your email address will not be published.