Latest Odisha News

BREAKING NEWS

ପୁରୁଷ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ମେକଅପ ନିଅନ୍ତି ମହିଳା କର୍ମଚାରୀ

ବେଜିଂ: ସାଧାରଣତଃ ମହିଳାମାନେ ନିଜକୁ ସୁନ୍ଦର ଦେଖାଯିବା ପାଇଁ ଚେଷ୍ଟା କରିଥାନ୍ତି । ସେଥିଲାଗି ସେମାନେ ଅଧିକାଂଶ ସମୟ ମେକ୍‌ଅପ୍ ନେଇଥାନ୍ତି । ଅଫିସ ହେଉ କି କୁଆଡ଼େ ବୁଲିବାକୁ ସବୁ ସ୍ଥାନକୁ ଯିବା ବେଳେ ମହିଳାମାନେ ମେକ୍‌ଅପ୍ ନେଇଥାନ୍ତି । ହେଲେ ଚୀନ୍‌ର ଏମିତି ଏକ କମ୍ପାନୀ ଅଛି ଯେଉଁଠି ପୁରୁଷ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ମହିଳା କର୍ମଚାରୀମାନେ ମେକ୍‌ଅପ୍ ନେବା ବାଧ୍ୟତାମୂଳକ । କମ୍ପାନୀର ସିଇଓ ତାଙ୍କ ମହିଳା କର୍ମଚାରୀଙ୍କୁ ଏହିପରି ହିଁ ନିର୍ଦ୍ଦେଶ ଦେଇଛନ୍ତି ।

ଚୀନ୍‌ର ଦକ୍ଷିଣ-ପୂର୍ବ ସହରର ଶୈନଜୈନର ଏକ କମ୍ପାନୀରେ ଏପରି ନିୟମ ରହିଛି । ସିଇଓ ଲୁଓ ୱେବ ଚାଟ୍‌ରେ ମିଟିଂ କରିବା ସମୟରେ ମହିଳା କର୍ମଚାରୀଙ୍କୁ ଏପରି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗ୍ରୁପ୍ ଚାଟରେ କହିବା ସହ ଗ୍ରୁପରେ ମେସେଜ ମଧ୍ୟ କରିଥିଲେ । ସେ କହିଥିଲେ ଯେ, ଟିମ୍‌ରେ ପୁରୁଷ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ମହିଳାମାନେ ସବୁବେଳେ ମେକଅପ କରି ଆସନ୍ତୁ । ପ୍ରତିବଦଳରେ ପୁରୁଷ ସହକର୍ମୀମାନେ ସେମାନଙ୍କୁ ଚା’ ଡେଟ୍‌ରେ ନେବେ ।

ତେବେ ସିଇଓଙ୍କ ଏପରି ମେସେଜ ପରେ ମହିଳା କର୍ମଚାରୀମାନେ ଏହାକୁ ରେସପନ୍ସ କରି ନ ଥିଲେ । ଯାହାକୁ ନେଇ ଲୁଓ ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି । ମହିଳାମାନେ ଏପରି ନ କଲେ ସେମାନଙ୍କର ବୋନସ କଟିବ ବୋଲି ସେ କହିଛନ୍ତି ।ଏହାପରେ ଦେଖିବାକୁ ମିଳିଥିଲା କି, ଲୁଓ ତାଙ୍କ ମେସେଜକୁ ଗ୍ରୁପରୁ ଡିଲିଟ କରି ଦେଇଥିଲେ । ହେଲେ ଜଣେ କର୍ମଚାରୀ ଏହାର ସ୍କ୍ରିନସଟ ନେଇ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଏପରି ଘଟଣା ଭାଇରାଲ ହେବା ପରେ ଲୁଓ ତାଙ୍କ ମେସେଜ ମଜାଳିଆ ବୋଲି ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ଆମେ କର୍ମଚାରୀଙ୍କ ସହ ଏପରି ମଜାଳିଆ କଥା ହୋଇଥାଉ ।

Comments are closed.