ନୂଆଦିଲ୍ଲୀ: ଚାଇନାରେ ଏକ ନୂଆ ନିୟମ ଲାଗୁ କରାଯାଇଛି। ନିୟମ ଅନୁଯାୟୀ କୌଣସି ଦମ୍ପତି କେବଳ ଚିଟିଂ ଆଧାରରେ ଛାଡପତ୍ର ନେଇପାରିବେ ନାହିଁ। ବାସ୍ତବରେ ଚାଇନାର ଏକ କୋର୍ଟ କହିଛନ୍ତି ଯେ କେବଳ ଚିଟିଂ ଆଧାରରେ ଛାଡପତ୍ର ପାଇଁ ଆବେଦନ କରିବାକୁ ଦିଆଯିବ ନାହିଁ। କୋର୍ଟଙ୍କ ଏହି ନିଷ୍ପତ୍ତିକୁ ବହୁ ସମାଲୋଚନା କରାଯାଉଥିବା ମଧ୍ୟ ଜଣାପଡ଼ିଛି। ଚୀନ୍ର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଅନୁଯାୟୀ, ଏହି ନିଷ୍ପତ୍ତି ଶାନ୍ଦୋଙ୍ଗ କୋର୍ଟ ପ୍ରଦାନ କରିଛନ୍ତି।
ଅଦାଲତ କହିଛନ୍ତି ଯେ ଚିଟିଂ ସହବାସ ନୁହେଁ କାରଣ ସହବାସ ଅର୍ଥ ହେଉଛି ଜଣେ ବିବାହିତ ବ୍ୟକ୍ତି ବିବାହ ନକରି ଅନ୍ୟ ସହିତ ସ୍ଥାୟୀ ଏବଂ ନିରନ୍ତର ସମ୍ପର୍କ ସ୍ଥାପନ କରନ୍ତି। ଏହାକୁ ସ୍ୱୀକୃତି ଦିଆଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଅଦାଲତଙ୍କ ଏହି ନିଷ୍ପତ୍ତି ପରଠାରୁ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହା ସହିତ ଜଡିତ ଅନେକ ହ୍ୟାସଟ୍ୟାଗ ମଧ୍ୟ ଟ୍ରେଣ୍ଡ ହେବାରେ ଲାଗିଛି।
ଗତ ବର୍ଷ ଚୀନ୍ ଛାଡପତ୍ର ଆଇନ ପ୍ରଣୟନ କରିଥିଲା, ଯାହା ଦମ୍ପତିଙ୍କ ପାଇଁ ଛାଡପତ୍ର ପ୍ରକ୍ରିୟାକୁ ଅଧିକ କଠୋର କରିଥିଲା।
Comments are closed.