ହଂକଂ: ବୋର୍ ହେଉଥିଲେ ବୋଲି ନିଜକୁ ୱାଣ୍ଟେଡ଼ ଘୋଷଣା କଲେ।ଏପରିକି ନିଜ ନାମରେ ୩.୫୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ।
ଚାଇନାର ଜଣେ ବ୍ୟକ୍ତି ଏପରି କିଛି କରିଛନ୍ତି ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ବ୍ୟକ୍ତିଙ୍କ ଅନୁଯାୟୀ, ସେ ବିରକ୍ତ ହେବାରୁ ନିଜ ନାମରେ ଗିରଫ ୱାରେଣ୍ଟ ଜାରି କରିଥିଲେ। ନକଲି ଆରେଷ୍ଟ୍ ୱାରେଣ୍ଟ ବାହାର କରିଥିବାରୁ ପୋଲିସ ତାଙ୍କୁ ଗିରଫ କରିଥିଲା।
ଚୀନର ୱାଙ୍ଗ ନାମକ ଏହି ବ୍ୟକ୍ତି ନଭେମ୍ବର ୧୧, ୨୦୨୪ରେ ନିଜର ନକଲି ଅନଲାଇନ୍ ୱାରେଣ୍ଟ ପୋଷ୍ଟ କରିଥିଲେ ଏବଂ ଏହାକୁ ଏକ ୱାଣ୍ଟେଡ୍ ଅର୍ଡର ଭାବରେ ବର୍ଣ୍ଣନା କରିଥିଲା। ଏହି ବ୍ୟକ୍ତି ୱାରେଣ୍ଟରେ ନିଜର ଏକ ଫଟୋ ମଧ୍ୟ ଯୋଡିଥିଲେ। ଏହା ବ୍ୟତୀତ ସେ ନିଜ ନାମରେ ୩.୫୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ଏନେଇ ୱାଙ୍ଗ ମଧ୍ୟ ନିଜର ଦୋଷ ସ୍ୱୀକାର କରିଥିଲେ।
Comments are closed.