Latest Odisha News

BREAKING NEWS

ଚୀନ ଉପରେ ତାଇୱାନ ଆକ୍ରମଣ କରିବ !

ବେଜିଂ: ତାଇୱାନ ଆକ୍ରମଣ ପ୍ରତି ଚୀନର ଭୟ ରହିଛି । କାଳେ ତାଇୱାନ ଅତର୍କିତ ଆକ୍ରମଣ କରିଦେବ ସେ ନେଇ ଚୀନ ଦକ୍ଷିଣ ପୂର୍ବ ଊକପୂଳବର୍ତି ଅଂଚଳରେ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ମୁତୟନ କରିଛି । ଆମେରିକା ସମସ୍ତ ପ୍ରକାର ସହଯୋଗ ତାଇୱାନକୁ କରୁଥିବାରୁ ଚୀନ ଏଥିନେଇ ସତର୍କ ରହିଛି । ଚୀନ ସେନା ଡିଏଫ-୧୭ ହାଇପରସୋନିକ୍ କ୍ଷେପଣାସ୍ତ୍ର ମୁତୟନ କରିଛି । ଏହାର ଲକ୍ଷ୍ୟଭେଦ କ୍ଷମତା ୨୫୦୦ କିମି ରହିଛି ।

ଅପରପକ୍ଷରେ ଭାରତ ମଧ୍ୟ ଚୀନ ପାଇଁ ଚିନ୍ତାର କାରଣ ସାଜିଛି । ଭାରତ ଲଦାଖ ଅଂଚଳରେ ସୈନ୍ୟ ଶକ୍ତି ବୃଦ୍ଧି କରିବା ସହ ମିସାଇଲ ପରୀକ୍ଷଣ ମଧ୍ୟ କରି ଆଭିମୁଖ୍ୟ ସ୍ପଷ୍ଟ କରିଛି । ଯଦି ଚୀନ କୌଣସି କ୍ଷେତ୍ରରେ ଭୁଲ କରେ ତାହାହେଲେ ଅସୁବିଧାର ସମ୍ମୁଖୀନ ହେବ ବୋଲି ସାମରିକ ବିଶେଷଜ୍ଞମାନେ କହିଛନ୍ତି ।

Leave A Reply

Your email address will not be published.