Latest Odisha News

ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଚୀନ ସେନାକୁ ରାଷ୍ଟ୍ରପତି ଜିନ ପିଙ୍ଗଙ୍କ ନିର୍ଦ୍ଦେଶ

ବେଜିଂ: ଚୀନ ରାଷ୍ଟ୍ରପତି ଜିନ ପିଙ୍ଗ ସେନାକୁ ଯୁ୍‌ଦ୍ଧ ଭଳି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାୟ ସମସ୍ତ ପଡୋଶୀଙ୍କ ସହ ଅଶାନ୍ତିକର ବାତାବରଣ ସୃଷ୍ଟି କରିଥିବା ଚୀନକୁ ଏବେ ଯୁଦ୍ଧ ଭୟ ଘାରିଛି । ଭାରତ, ତାଇୱାନ ଓ ହଂକଂକୁ ଆମେରିକାର ସମର୍ଥନ ମିଳୁଥିବାରୁ ଚୀନ କ୍ଷୁବ୍ଧ ହୋଇଛି ।

ପିପୁଲ୍ସ ଲିବେରେଶନ ଆର୍ମି ଓ ପିପୁଲ୍ସ ଆର୍ମଡ ପୋଲିସ ଫୋର୍ସର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜିନପିଙ୍ଗ ଏହା କହିଛନ୍ତି । ଚଳିତ ବର୍ଷ ଚୀନ ରକ୍ଷା ବଜେଟରେ ୬.୬ ପ୍ରତିଶତ ବୃଦ୍ଧି କରାଇଥିଲା । କରୋନା ଭାଇରସ ନେଇ ବିଶ୍ୱର ଅଧିକାଂଶ ଦେଶ ଏବେ ଚୀନ ଉପରେ ଅସନ୍ତୁଷ୍ଟ ଅଛନ୍ତି । ଚୀନ ଯଦି ତାର ଜିଦ୍ଦି ନ ଛାଡେ ତାହାହେଲେ ବିଶ୍ୱଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି ।

Leave A Reply

Your email address will not be published.