Latest Odisha News

BREAKING NEWS

ଚୀନର ମିଛକୁ ପଦାରେ ପକାଇଲେ ଭୂତାଣୁ ବିଶେଷଜ୍ଞ ଲି ମେଙ୍ଗ ୟାନ୍‌, ଭୟରେ ଦେଶ ଛାଡିଲେ

ବେଜିଂ: କରୋନା ଭାଇରସ ନେଇ ଚୀନ ମିଛ କହୁଥିବା ପୁନର୍ବାର ଆଉ ଜଣେ ଭୂତାଣୁ ବିଶେଷଜ୍ଞ ପଦାରେ ପକାଇଛନ୍ତି । ଚୀନରୁ ଲୁଚି ପଳାଇ ଆସିଥିବା ଡାକ୍ତର ଲି ମେଙ୍ଗ ୟାନ କହିଛନ୍ତି, କରୋନା ଭାଇରସ ନେଇ ଚୀନ ଜାଣିଥିଲା । ଏ ନେଇ ଆମ ଟିମ୍ ସତର୍କ କରାଇଥିଲୁ ମାତ୍ର ସେମାନେ ମାନି ନ ଥିଲେ । ହଂକଂରୁ ଜୀବନ ବଞ୍ଚାଇ ଆମେରିକା ପହଁଞ୍ଚିଥିବା ଜଣେ ବୈଜ୍ଞାନିକ ଖୁଲାସା କରିଛନ୍ତି ଯେ, କରୋନା ଭାଇରସକୁ ନେଇ ଚୀନ ବହୁତ ପୂର୍ବରୁ ଜାଣିଥିଲା । କିନ୍ତୁ ବିଳମ୍ବରେ ସମସ୍ତଙ୍କୁ ଜଣାଇଥିଲା ।

ହଂକଂ ସ୍କୁଲ ଅଫ୍ ପବ୍ଲିକ୍ ହେଲଥରେ ଭାଇରୋଲୋଜି ଓ ଇମ୍ୟୁନୁଲୋଜିର ବିଶେଷଜ୍ଞ ଲି ମେଙ୍ଗ ୟାନ କହିଛନ୍ତି,  ରିସର୍ଚ୍ଚକୁ ତାଙ୍କର ସୁପରଭାଇଜର୍ସ ମଧ୍ୟ ଅଣଦେଖା କରିଥିଲେ, ଯିଏକି ଏହି ଫିଲ୍ଡ ବିଶ୍ବର ଟପ୍ ଏକ୍ସପର୍ଟ । ତାଙ୍କ କଥାକୁ ବିଶ୍ବାସ କରିଥିଲେ ହୁଏତ ଆଜି ବହୁ ଲୋକଙ୍କ ଜୀବନ ବଞ୍ଚାଇ ହୋଇଥାନ୍ତା । ୟାନ କହିଛନ୍ତି ଏ ନେଇ ଯିଏ ମୁହଁ ଖୋଲୁଥିଲା ତାର ରହସ୍ୟମୟ ଢ଼ଙ୍ଗରେ ମୃତ୍ୟୁ ଘଟୁଥିଲା ଅଥବା ସେ ଗାୟବ ହୋଇ ଯାଉଥିଲେ ।

Leave A Reply

Your email address will not be published.