ନୂଆଦିଲ୍ଲୀ: ଚୀନ ଭିସା ଦୁର୍ନୀତି ମାମଲାକୁ ନେଇ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍ଙ୍କ ବିରୋଧରେ ଶୁଣାଣି କରିଛନ୍ତି। ଯାହା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।
ବିଚାରପତି ପ୍ରମାଣକୁ ଦୃଷ୍ଟିରେ ରଖି କାର୍ତ୍ତି ଚିଦାମ୍ବରମ୍, ତାଙ୍କ ଘନିଷ୍ଠ ସହଯୋଗୀ ଏସ୍. ଭାସ୍କର ରମଣ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ଅପରାଧିକ ଷଡ଼ଯନ୍ତ୍ର ସମେତ ପ୍ରାସଙ୍ଗିକ ଧାରା ଅନୁଯାୟୀ ଅଭିଯୋଗ ଆଣିଛନ୍ତି। ତେବେ ଏହି ମାମଲା ୨୦୧୧ ମସିହାର ଅଟେ। ଯେତେବେଳେ କି ତତ୍କାଳୀନ ଗୃହମନ୍ତ୍ରୀ ପି. ଚିଦାମ୍ବରମ୍ ତାଙ୍କ କାର୍ଯ୍ୟକାଳ ସମୟରେ ନିୟମାବଳୀକୁ ଅଣଦେଖା କରି ୨୬୩ ଜଣ ଚୀନ୍ ନାଗରିକଙ୍କୁ ଏକ ବିଦ୍ୟୁତ ପ୍ରକଳ୍ପ ପାଇଁ ଭିସା ପ୍ରଦାନ କରିଥିଲେ। ଏଥିପାଇଁ ସେ ଲାଞ୍ଚ ନେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା।
ତେବେ ଆଇନ ତାଙ୍କୁ ଅନେକ ବିକଳ୍ପ ଦେଇଛି। ସେ ଏଗୁଡ଼ିକୁ ବ୍ୟବହାର କରି ନିଜର ଆଇନଗତ ଲଢ଼େଇ ଜାରି ରଖିବେ ବୋଲି କାର୍ତ୍ତି ଚିଦାମ୍ବରମ୍ କହିଛନ୍ତି। ଏହି ମାମଲାର ଆଗାମୀ ଶୁଣାଣି ଜାନୁଆରୀ ୧୬ ତାରିଖରେ ହେବା ନେଇ ଜଣାପଡ଼ିଛି।
Comments are closed.