Latest Odisha News

BREAKING NEWS

ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲେ ମେଗାଷ୍ଟାର ଚିରଞ୍ଜିବୀ

ନୂଆଦିଲ୍ଲୀ: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତା ଚିରଞ୍ଜିବୀଙ୍କ ନାମ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି । ଏହି ମେଗାଷ୍ଟାର ତାଙ୍କ ୪୫ ବର୍ଷ କ୍ୟାରିୟରରେ ୫୩୭ ଗୀତରେ ୨୪ ହଜାର ପ୍ରକାରର ଡ୍ୟାନ୍ସ ମୁଭ କରିଛନ୍ତି । ବଲିଉଡ ଅଭିନେତା ଅମୀର ଖାଁ ତାଙ୍କୁ ଏଥିନେଇ ସ୍ୱତନ୍ତ୍ର ଭାବେ ସମ୍ମାନୀତ କରିଥିଲେ । ଚିରଞ୍ଜିବୀ ୧୯୭୯ରେ ପୂନାଧୀରେଲୁ ଫିଲ୍ମ ମାଧ୍ୟମରେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ତେବେ ବାପୁଙ୍କ ନିର୍ଦ୍ଦେଶନାରେ ନିର୍ମିତ ୱରି ପାଡୁବୁଲ ତାଙ୍କର ପ୍ରଥମ ରିଲିଜ ଫିଲ୍ମ ଥିଲା । ୧୯୮୩ରେ କୈଦୀ ଫିଲ୍ମ ତାଙ୍କୁ ରାତାରାତି ଷ୍ଟାର କରି ଦେଇଥିଲା ।

ଫିଲ୍ମ ବ୍ୟତୀତ ସେ ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ । ସେ ୨୦୦୯ରେ ପ୍ରଜା ରାଜ୍ୟମ ପାର୍ଟି ଗଠନ କରିଥିଲେ । ୨୦୧୧ ନିର୍ବାଚନରେ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ୨୯୪ରୁ ୧୮ ସିଟରେ ବିଜୟ ହାସଲ କରିଥିଲେ । ୨୦୧୧ ତାଙ୍କ ପାର୍ଟି ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସରେ ବିଲୟ ହୋଇଥିଲା । ୨୦୧୨ରେ ସେ ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଇଥିଲେ । ୨୦୧୮ ପରେ ସେ ଆଉ ରାଜନୀତିରେ ସକ୍ରିୟ ରହିଲେ ନାହିଁ ।

Leave A Reply

Your email address will not be published.