Latest Odisha News

BREAKING NEWS

ଫାଷ୍ଟ କମ୍ ଫାଷ୍ଟ ସର୍ଭ ଆଧାରରେ ଟଙ୍କା ଫେରିପାଇବେ ଚିଟଫଣ୍ଡ ଜମାକାରୀ

କଟକ : ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଫାଷ୍ଟ କମ୍ ଫାଷ୍ଟ ସର୍ଭ ଆଧାରରେ ଟଙ୍କା ଫେରାଇବାକୁ କହିଲେ ଅଦାଲତ। ଚିହ୍ନଟ ଜମାକାରୀଙ୍କୁ ଯାଞ୍ଚ କରି ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ରାଜ୍ୟର ବହୁଚର୍ଚ୍ଚିତ ଚିଟଫଣ୍ଡ ଠକେଇର ଶିକାର ହୋଇଥିବା ଜମାକାରୀଙ୍କ ଟଙ୍କା ଫେରସ୍ତ ମାମଲା ଉପରେ ହୋଇଥିବା ଆବେଦନ ଉପରେ ଏହି ଗୁରୁତ୍ୱପୂର୍ଣ୍ଣ ଶୁଣାଣି  ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଫାଷ୍ଟ କମ୍ ଫାଷ୍ଟ ସର୍ଭ ଆଧାରରେ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବ୍ୟାଙ୍କରେ ଜମା ଥିବା ୪୮ କୋଟି ଜମାରାଶି ଚିଟଫଣ୍ଡ ଜମାକାରୀଙ୍କୁ ଫେରାଇବାକୁ କୁହାଯାଇଛି । ଚିହ୍ନଟ ଜମାକାରୀଙ୍କୁ ଯାଞ୍ଚ କରି ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଜମାକାରୀଙ୍କୁ ଟଙ୍କା ଦେବାକୁ ଜିଏଲ୍ପି ଡେଭଲପର୍ସ ହାଇକୋର୍ଟରେ ଆବେଦନ କରିଥିଲେ ।

ଓଡ଼ିଶାରେ ଚିଟଫଣ୍ଡ ଦୂର୍ନୀତିର ତଦନ୍ତ ଜଷ୍ଟିସ୍ ଏମ୍ଏମ୍ ଦାସଙ୍କ ଦ୍ୱାରା ହେଉଛି । ପ୍ରାୟ ୫ ଲକ୍ଷ କ୍ଷୁଦ୍ର ଜମାକାରୀ ୪୫୦ଟି କମ୍ପାନି ଦ୍ୱାରା ଚିଟଫଣ୍ଡ ଠକେଇର ଶିକାର ହୋଇଥିବା ତଥ୍ୟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.