ଭୁବନେଶ୍ଵର: ଆଜି ପ୍ରେମ ସପ୍ତାହର ତୃତୀୟ ଦିନ ଅର୍ଥାତ୍ ଚକୋଲେଟ ଡେ। ପ୍ରେମ ହେଉଛି ଏମିତି ଅନୁଭୂତି ଯାହା ସାରା ଜୀବନ ମନର କୋଣରେ ଲାଖି ରହେ । ଗତକାଲି ପ୍ରପୋଜ ଡେ’ ଶେଷ ହୋଇଥିଲାବେଳେ ଆଜି ଚକୋଲେଟ୍ ଡେ’ । ଆଜିର ଦିନରେ ନିଜ ମନ ପସନ୍ଦର ସାଥୀଙ୍କୁ ପ୍ରିୟ ଚକୋଲେଟ ଦେଇ ମନ କଥା କୁହନ୍ତୁ। ପ୍ରେମ ସପ୍ତାହରେ ନିଜ ପ୍ରେମୀକୁ ମିଠା ମିଠା ଫ୍ଲେଭର୍ ଦେବାକୁ କେହି ସୁଯୋଗକୁ ହାତଛଡ଼ା କରିବେନି ପ୍ରେମୀ ଯୁଗଳ । ସେଥିପାଇଁ ଅନେକ ପ୍ରେମୀଯୁଗଳ ଅନେକ ଦୋକାନ ଦୋକାନ ବୁଲି ଚକୋଲେଟ୍ କିଣୁଛନ୍ତି।
ବଜାରରେ ମଧ୍ୟ ଭିନ୍ନ ଭିନ୍ନ ପ୍ରକାର କମ୍ପାନୀ ଏବଂ ଭିନ୍ନ ଭିନ୍ନ ସ୍ୱାଦର ଚକୋଳେଟ ମିଳିଥାଏ। ଚକୋଲେଟ୍ ଖାଇବାକୁ କେବଳ ସ୍ୱାଦିଷ୍ଟ ନୁହେଁ ବରଂ ଶରୀର ପାଇଁ ଫାଇଦା ଦେଇଥାଏ। ଚକୋଲେଟ ଡେ’ରେ ଚକୋଲେଟ୍ ସେୟାର କରିବା ଭଲ କଥା । କିନ୍ତୁ ଏହା ଆହୁରି ମଧ୍ୟ ଭଲ ହୋଇପାରିବ ଯେତେବେଳେ ଆପଣ ସାମ୍ନାରେ ଥିବା ବ୍ୟକ୍ତିର ପସନ୍ଦକୁ ଜାଣିଥିବେ । ଏବଂ ଏହା ସହିତ ବଜାରରେ ମିଳୁଥିବା ଚକୋଲେଟର ଲାଭ ଏବଂ କ୍ଷତି ବିଷୟରେ ମଧ୍ୟ ଧ୍ୟାନ ଦିଅନ୍ତୁ । କାରଣ ଏହା ଅନ୍ୟର ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇପାରେ । ତେବେ ଆସନ୍ତୁ ଜାଣିବା ବିଭିନ୍ନ ଚେକୋଲେଟର ଫାଇଦା ଏବଂ ହାନିକାରକ ବିଷୟରେ ।
ମିଲ୍କ ଚକୋଲେଟ: ମିଲ୍କ ଚକୋଲେଟକୁ ଉପହାର ସ୍ୱରୂପ ଦେବା ସଠିକ କୁହାଯାଇଥାଏ । କାରଣ ମିଲ୍କ ଚକୋଲେଟ୍ ହୃଦୟ ସହ ଜଡିତ ରୋଗକୁ ଦୂର କରିବାରେ ସାହାଯ୍ୟ କରିଥାଏ ।
ଡାର୍କ ଚକୋଲେଟ: ଚକୋଲେଟ ଡେ’ ରେ ଡାର୍କ ଚକୋଲେଟ ଡାୟଟିଙ୍ଗରେ ଥିବା ଲୋକଙ୍କୁ ଗିଫ୍ଟି କରନ୍ତୁ । ଡାର୍କ ଚକୋଲେଟ ଓଜନକୁ ସନ୍ତୁଳନରେ ରଖିଥାଏ ।
କେକ୍ ଚକୋଲେଟ: ଚକୋଲେଟ ଡେ’ରେ କେକ ଚକୋଲେଟ୍ ସାଧାରଣ ରୂପେ ସେୟାର କରାଯାଇଥାଏ । ଏହା ଯୁବ ପ୍ରେମୀଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ । ଅଧିକାଂଶ ଯୁବ ପ୍ରେମୀ ଚକୋଲେଟ୍ ଡେ’ରେ ଚକେଲେଟ୍ କେକ ଉପହାର ଦେବାକୁ ପସନ୍ଦ କରିଥାନ୍ତି ।
ହ୍ୱାଇଟ୍ ଚକୋଲେଟ: ହ୍ୱାଇଟ୍ ଚକୋଲେଟ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ । ହ୍ୱାଇଟ୍ ଚକୋଲେଟରେ କ୍ୟାଲସିୟମ ଥାଏ ଯାହା ହାଡକୁ ମଜବୁତ କରିଥୀଏ ।
ନଟସ୍ ଚକୋଲେଟ: ନଟସ୍ ଚକୋଲେଟ୍ ଖାଇବା ପାଇଁ ଖୁବ୍ ସ୍ୱାଦିଷ୍ଟ । ସେଥିପାଇଁ ଏହା ପିଲାମାନଙ୍କ ମଧ୍ୟରେ ଖୁବ ଲୋକପ୍ରିୟ । ତେଣୁ ଏହାକୁ ଉପହାରରେ ଦେବା ମଧ୍ୟ ଖୁବ ଭଲ ।
Comments are closed.