Latest Odisha News

ଅଖା ଭିତରୁ ମିଳିଲା ଖଣ୍ଡ ବିଖଣ୍ଡିତ ମୃତଦେହ

କେନ୍ଦୁଝର: କେନ୍ଦୁଝର ବାଇପାସ୍ ଫ୍ଲାଏ ଓଭର ନିକଟରେ ଜଣେ ବ୍ୟକ୍ତି ମୃତଦେହ ଭର୍ତ୍ତି ଥିବା ଏକ ଅଖା ପକାଇ ଘଟଣାସ୍ଥଳରୁ ପଳାଇ ଯାଇଥିବା ଅଭିଯୋଗ ହୋଇଛି।

ସୂଚନାନୁସାରେ, ଉକ୍ତ ଅଞ୍ଚଳରେ ଜଣେ ବ୍ୟକ୍ତି ସନ୍ଦେହଜନକ ଭାବେ ଚଳପ୍ରଚଳ କରୁଥିବା ଦେଖି ସ୍ଥାନୀୟ ଲୋକମାନେ ତାଙ୍କ ମୋପେଡରେ କ’ଣ ଅଛି ବୋଲି ପଚାରି ଥିଲେ। ହେଲେ ଅଖା ଭିତରେ ଛେଳି ମାଂସ ଅଛି ବୋଲି କହିଥିଲେ।

କିନ୍ତୁ ପରବର୍ତ୍ତୀ ସମୟରେ ସେ ସେଠାରୁ ମୋପେଡ୍ ଏବଂ ଅଖା ଛାଡି ପଳାଇ ଯାଇଥିଲା। ଯାହା ପରେ ସ୍ଥାନୀୟ ଲୋକମାନେ ଟାଉନ ଥାନାକୁ ଏ ବିଷୟରେ ଜଣାଇଥିଲେ।

ପୋଲିସ ଅଖା ଖୋଲିବା ପରେ ସେଥିରେ ଜଣେ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଦେଖିବାକୁ ପାଇଥିଲେ।

ତେବେ ମୋପେଡ୍ ଆରୋହୀ ଏବଂ ମୃତକଙ୍କ ପରିଚୟ ଏଯାବତ୍ ଜଣାପଡିନାହିଁ। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ବେଳେ ତଦନ୍ତ ଜାରି ରହିଥିବା ପୋଲିସ ସୁତ୍ରରୁ ପ୍ରକାଶ।

Comments are closed.