Latest Odisha News

BREAKING NEWS

ପଞ୍ଜାବ କିଙ୍ଗସ, କୁମ୍ବଲେଙ୍କ ଉପରେ ଏବେ ବି ଗେଲ ଅସନ୍ତୁଷ୍ଟ

ନୂଆଦିଲ୍ଲୀ: ଆଇପିଏଲ ଇତିହାସର ସବୁଠାରୁ ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । ପଞ୍ଜାବ କିଙ୍ଗସ ମୋତେ ଯେଉଁ ଭଳି ଦୁର୍ବବ୍ୟହାର ଦେଖାଇଛି ତାହା ମୁଁ କେବେ ହେଲେ ଭୁଲିପାରିବି ନାହିଁ । ପରିସ୍ଥିତି ଏପରି ହୋଇଥିଲା ଯେ, ସେ ଅଧାରୁ ଆଇପିଏଲ ଛାଡିବାକୁ ବାଧ୍ୟ ହୋଇଥିଲେ । ଏକ ସାକ୍ଷାତକାରରେ ଗେଲ ଏହି ସବୁ ଖୁଲାସା କରିଛନ୍ତି । ୨୦୧୮ରେ ଗେଲ ପଞ୍ଜାବ ଟିମ ସହିତ ଜଡିତ ହୋଇଥିଲେ । ପଞ୍ଜାବ ତାଙ୍କୁ ୨କୋଟି ବେସ ପ୍ରାଇସରେ କିଣିଥିଲା । ୨୦୨୧ ପର୍ଯ୍ୟନ୍ତ ସେ ଟିମ ସହିତ ରହିଥିଲେ । ପଞ୍ଜାବ ଟିମ ଯୋଗୁ ମୋର ଆଇପିଏଲ କ୍ୟାରିୟର ଶୀଘ୍ର ଶେଷ ହୋଇ ଯାଇଥିଲା ।

ମୋତେ ଅପମାନିତ କରାଯାଇଥିଲା । ଜଣେ ପ୍ରତିଷ୍ଠିତ ସିନିୟର ଖେଳାଳି ହେବା ସତ୍ୱେ ସେମାନେ ମୋତେ ପିଲାଙ୍କ ପରି ବ୍ୟବହାର କରିଥିଲେ । ଜୀବନରେ ପ୍ରଥମ ଥର ମୁଁ ଡିପ୍ରେଶନର ଶୀକାର ହୋଇଥିଲି । ମୁଁ ଟିମ କୋଚ ଅନୀଲ କୁମ୍ବଲେଙ୍କୁ ଫୋନ କରି କହିଥିଲି.. ଦଳ ଛାଡୁଛି । ଆଗକୁ ବିଶ୍ୱକପ ଆସୁଥିଲା । ବାୟୋ ବବଲରେ ମୋ ମାନସିକ ସ୍ଥିତ ଦିନକୁ ଦିନ ଖରାପ ହେବାରେ ଲାଗିଥିଲା । କୁମ୍ବଲେଙ୍କ ସହ କଥା ହେବା ସମୟରେ ମୁଁ କାନ୍ଦି ପକାଇଥିଲି ବୋଲି ୱେଷ୍ଟଇଣ୍ଡିଜର ଏହି ମହାନ ଖେଳାଳିଜଣଙ୍କ କହିଥିଲେ । କୁମ୍ବଲେ ଯେଉଁ ଭଳି ଭାବେ ଟିମ ପରିଚାଳନା କରୁଥିଲେ ସେଥିରେ ମୁଁ ଅସନ୍ତୁଷ୍ଟ ଥିଲି । ତାଙ୍କ ବ୍ୟବହାର ଏବେ ବି ମୋ ମନରୁ ଯାଉ ନାହିଁ । ମୁଁ ଏବେ ବି ତାଙ୍କ ଉପରେ ଅସନ୍ତୁଷ୍ଟ ଅଛି । ଅଧିନାୟକ କେଏଲ ରାହୁଲ ଫୋନ କରି ମୋତେ କହିଥିଲେ ତୁମେ ଆଗାମୀ ମ୍ୟାଚରେ ଖେଳିବ । ଗେଲ ଅଲ ଦି ବେଷ୍ଟ କହିଥିଲେ । ଏହା ପରେ ବ୍ୟାଗ ଧରି ସେଠାରୁ ପଳାଇ ଆସିଥିଲେ ।

୨୦୧୮ରେ ଗେଲ ପଞ୍ଜାବ ପକ୍ଷରୁ ୪୦ରୁ ଊର୍ଦ୍ଧ୍ୱ ଆଭରେଜରେ ୩୬୮ ରନ କରିଥିଲେ । ୨୦୧୯ରେ ୪୦ ଏବଂ ୨୦୨୦ରେ ୪୧ରୁ ଊର୍ଦ୍ଧ୍ୱ ଆଭରେଜରେ ରନ କରିଥିଲେ । ମୋଟାମୋଟି ଭାବେ ତାଙ୍କ ପ୍ରଦର୍ଶନ ଭଲ ରହିଥିଲା । ୨୨୦୧ରେ ଦେ ୨୧.୪୪ ଆଭରେଜରେ ୧୯୩ ରନ କରିଥିଲେ । ଏହା ପରେ ସେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବା ପାଇଁ ସଂଘର୍ଷ କରିଥିଲେ । ଆଇପିଏଲରେ ଗେଲ ଓଭରାଲ ୧୪୨ ମ୍ୟାଚରେ ୪୦ରୁ ଊର୍ଦ୍ଧ୍ୱ ଆଭରେଜରେ ୪୯୬୫ ରନ କରିଛନ୍ତି । ତାଙ୍କ ଷ୍ଟ୍ରାଇକ ରେଟ ୧୪୮ ରହିଥିବା ବେଳେ ସେ ୬ ଶତକ ମଧ୍ୟ ମାରିଛନ୍ତି ।

Comments are closed.