Latest Odisha News

କହିପାରିଲାନି ଉର୍ଦ୍ଧୁ, ହାଣିଦେଲେ ଖୁଲମଖୁଲା

ଦୋଷ କେବଳ ଏତିକି ଥିଲା ଖ୍ରୀଷ୍ଟିଆନ୍ ଯୁବକଙ୍କୁ ଜଣାନଥିଲା ଉର୍ଦ୍ଧୁ ଭାଷା

ଭୁବନେଶ୍ୱର: ଜଣେ ୨୨ ବର୍ଷୀୟ ଖ୍ରୀଷ୍ଟଧର୍ମୀ ଯୁବକ ହୋଇଛନ୍ତି ଇସଲାମଧର୍ମୀଙ୍କ ଆକ୍ରୋଶର ଶିକାର । ଦୋଷ କେବଳ ଏତିକି ଥିଲା ଖ୍ରୀଷ୍ଟିଆନ୍ ଯୁବକଙ୍କୁ ଜଣାନଥିଲା ଉର୍ଦ୍ଧୁ ଭାଷା । ବାସ୍ ଏତିକିରେ ହିଁ ସରିଥିଲା କାମ୍ ତମାମ୍ । ଆଖି ପିଛୁଳାକେ ବୁଲିଥିଲା ଛୁରୀ, ଚାଲିଯାଇଥିଲା ନୀରିହ ଯୁବକଙ୍କ ଜୀବନ ।

ବେଙ୍ଗାଳୁରୁର ହେଲେଗୁଡାଡହଲି ଅଂଚଳରୁ ସାମ୍ନାକୁ ଆସିଛି ଏପରି ଅଭାବନୀୟ ଘଟଣା । ଘଟଣାର ତଦନ୍ତ କରୁଥିବା ଜେ.ଜେ ନଗର ପୋଲିସ ରିପୋର୍ଟ ଅନୁଯାୟୀ, ଗତ ସୋମବାର ଜୟମାରୁତୀନଗର ବାସିନ୍ଦା ଚନ୍ଦ୍ରୁ ଏକ ଭୋଜିରେ ସାମିଲ ହୋଇ ବିଳମ୍ବିତ ରାତ୍ରିରେ ଘରକୁ ଫେରୁଥିଲେ । ରାତି ପ୍ରାୟ ୨ଟା ୩୦ ମିନିଟ୍ ସମୟରେ ଚନ୍ଦ୍ରୁ ହେଲେଗୁଡାଡହଲି ଅଂଚଳ ଦେଇ ଯାଉଥିବା ସମୟରେ ଅନ୍ୟ କିଛି ଯୁବକଙ୍କ ବାଇକ୍ ସହ ତାଙ୍କର ସାମାନ୍ୟ ଧକ୍କା ହୋଇଥିଲା ।

ସେହି ବାଇକ୍ ଆରୋହୀଙ୍କ ମଧ୍ୟରେ ସାମିଲ ଥିଲା ସାହିଦ ପାଶା ନାମକ ଜଣେ ଯୁବକ । ବାଇକ ଧକ୍କା ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଫଳରେ ଉତକ୍ଷିପ୍ତ ହୋଇ ସାହିଦ ଏକ ଛୁରି ସହାୟତାରେ ଚନ୍ଦ୍ରୁକୁ ଆକ୍ରମଣ କରିଥିଲା । ଫଲରେ ଲହୁଲୁହାଣ ଅବସ୍ଥାରେ ଟଳିପଡିଥିଲା ଚନ୍ଦ୍ରୁ । ବିଳମ୍ବିତ ସମୟରେ ହସ୍ପିଟାଲରେ ପହଂଚିଥିଲେ ବି ସେଠାରେ ଚନ୍ଦ୍ରୁକୁ ମୃତ ଘୋଷଣା କରାଯାଇଥିଲା

ସ୍ଥାନୀୟ ଗଣମାଧ୍ୟମ କସ୍ତୁରୀ ନ୍ୟଜ୍ ରିପୋର୍ଟ ଅନୁଯାୟୀ ହତ୍ୟାକାଣ୍ଡ ସମୟରେ ସାହିଦ ସହ ଅନ୍ୟ କିଛି ବନ୍ଧୁ ମଧ୍ୟ ଉପସ୍ଥିତ ଥିଲେ । ସେହି ସମୟରେ ଚନ୍ଦ୍ରୁ ଉର୍ଦ୍ଧୁ ଭାଷା ବଦଳରେ କନ୍ନଡରେ କଥା ହୋଇଥିଲେ । ଏଥିରେ କ୍ରୋଧିତ ହୋଇ ସାହିଦ ଉର୍ଦ୍ଧୁ ଭାଷାରେ କଥା ହେବା ପାଇଁ ଚନ୍ଦ୍ରୁକୁ ଧମକ ଦେଇଥିଲେ । ହେଲେ ଚନ୍ଦ୍ରୁ ଏଥିରେ ସଫଳ ନହେବାରୁ ଛୁରୀ ମାଡରେ ସେ ପ୍ରାଣ ହରାଇଥିଲା ।

ଏହି ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଥିଲାବେଳେ ପୋଲିସ ମୁଖ୍ୟ ଅଭିଯୁକ୍ତ ୨୧ ବର୍ଷୀୟ ସାହିଦ ପାଶା, ୨୨ ବର୍ଷୀୟ ସାହିଦ ଗୋଲି ଓ ଜଣେ ନାବାଳକକୁ ଗିରଫ କରିଛି । ସିସିଟିଭି ଫୁଟେଜ୍ ଆଧାରରେ ସମସ୍ତଙ୍କୁ ଗିରଫ କରି ପୋଲିସ ତଦନ୍ତ ଚଳାଇଥିବା ଜଣାପଡିଛି ।

Leave A Reply

Your email address will not be published.