Latest Odisha News

ଆଜି ସନ୍ଧ୍ୟାରେ ବାହାରିବ +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ଏଥିପାଇଁ ଛାତ୍ରଛାତ୍ରୀ http://orissaresults.nic.inରୁ ନିଜ ଫଳାଫଳ ଦେଖିପାରିବେ । ଆଜି କେବଳ ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କର ରେଜଲ୍ଟ ପ୍ରକାଶ ପାଇବ । ଖୁବଶୀଘ୍ର କଳା ଓ ଧନ୍ଦାମୂଳକ ଶିକ୍ଷା ଫଳାଫଳ ଘୋଷଣା ହେବ । ରେଜଲ୍ଟ ଅପେକ୍ଷାରେ ଅଛନ୍ତି ସାଢ଼େ ୩ଲକ୍ଷ ଛାତ୍ରଛାତ୍ରୀ ।

ଜୁଲାଇ ୩୧ ତାରିଖ ସୁଦ୍ଧା ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ତେବେ ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ କରିବାରେ ଅଧିକ ସମୟର ଆବଶ୍ୟକତା ଦୃଷ୍ଟିରୁ କଳା ଓ ଧନ୍ଦାମୂଳକ ଫଳ ଘୋଷଣାରେ ବିଳମ୍ବ ହୋଇଥିବା କୁହାଯାଇଛି ।

ଚଳିତବର୍ଷ କରୋନା ଯୋଗୁ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରିଥିଲେ ସରକାର । ବିକଳ୍ପ ମୂଲ୍ୟାୟନ ଆଧାରରେ ନମ୍ବର ଦିଆଯାଇଛି । ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ପରେ ଅଫଲାଇନ୍ ପରୀକ୍ଷା ବ୍ୟବସ୍ଥା କରିବେ ସରକାର ।

 

Leave A Reply

Your email address will not be published.