Latest Odisha News

BREAKING NEWS

ସହକର୍ମୀ ଯବାନଙ୍କ ଗୁଳିମାଡରେ ଜଣେ ମୃତ

ବିଜାପୁର: ଛତିଶଗଡର ବିଜାପୁରରେ ଥିବା ସିଏଏଫ୍ କ୍ୟାମ୍ପରେ ଜଣେ ସହକର୍ମୀ ଯବାନଙ୍କ ଗୁଳିମାଡରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଯବାନ ଗୁରୁତର ଆହତ ହୋଇଛନ୍ତି ।

ଏହି ଗୁଳିକାଣ୍ଡ ପରେ ସମ୍ପୃକ୍ତ ଯବାନ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ ବିଭାଗୀୟ ଆଇଜିଙ୍କ ପକ୍ଷରୁ ସୂଚନା ମିଳିଛି ।

ତନ୍ମଧ୍ୟରୁ ଜଣଙ୍କୁ ରାୟପୁର ହସ୍ପିଟାଲ୍ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଅନ୍ୟଜଣଙ୍କୁ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

ପ୍ରାପ୍ତ ସୂଚନାନୁଯାୟୀ ଫରଶେଗଡ ଅଞ୍ଚଳରେ ସିଏଏଫର ଏହି ୧୩ତମ ବାଟାଲିୟନର କ୍ୟାମ୍ପ ରହିଥିଲା । ଗତକାଲି ବିଳମ୍ବିତ ରାତିରେ କୌଣସି କାରଣବଶତଃ ଯବାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରବର୍ତ୍ତୀ ସମୟରେ ଉତକ୍ଷିପ୍ତ ଯବାନ ଜଣକ ସହକର୍ମୀଙ୍କ ଉପରେ ଗୁଳିମାଡ କରିଥିଲେ । ଫଳରେ ଜଣେ ଯବାନଙ୍କର ଗୋଡରେ ଗୁଳି ବାଜିଥିବା ବେଳେ ଅନ୍ୟଜଣଙ୍କର ମୃତ୍ୟୁ ଘଟିଥିଲା ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଗୁଳି ଚାଳନା କରିଥିବା ଉକ୍ତ ଯବାନଙ୍କର ନାମ ଦୟା ଶଙ୍କର ଶୁକ୍ଳା ରୂପେ ଚିହ୍ନଟ କରାଯାଇଛି । ଏନେଇ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି ।

Leave A Reply

Your email address will not be published.