Latest Odisha News

BREAKING NEWS

ସିନେମା ହଲକୁ ଆସିବାକୁ ଯାଉଛି ‘ ଆଶ୍ରମ ‘: ମହାପ୍ରଭୁଙ୍କ ଆଶିଷ ଲୋଡିଲେ କାଷ୍ଟ 

ଭୁବନେଶ୍ୱର: ସିନେମା ହଲ୍ କୁ ଆସିବାକୁ ଯାଉଛି ଓଡ଼ିଆ ସିନେମା ‘ ଆଶ୍ରମ ‘। ଆସନ୍ତା ୧୩ ତାରିଖରେ ସାରା ଓଡ଼ିଶାରେ ଏହା ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଫିଲ୍ମର ସଫଳତା କାମନା କରି ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଫିଲ୍ମର ସମସ୍ତ ଦୀପଦାନ କରିଛନ୍ତି ଫିଲ୍ମର ସଦସ୍ୟ ଓ କଳାକାରମାନେ ମହାପ୍ରଭୁଙ୍କ ଆଶିଷ ଲୋଡ଼ି ଶ୍ରୀମନ୍ଦିର ସାମ୍ନାରେ ଦୀପଦାନ କରିଛନ୍ତି। ଫିଲ୍ମର ମୁଖ୍ୟ ଚରିତ୍ରରେ ଥିବା ବରିଷ୍ଠ ଅଭିନେତ୍ରୀ ମହେଶ୍ବତା ରାୟ ଆଶ୍ରମ ଫିଲ୍ମର ସମସ୍ତ କଳାକାର ଏବଂ ଟିମ୍ ସହିତ ଉପସ୍ଥିତ ରହି ଦୀପଦାନ କରିଥିଲେ।

ନିଛକ ମୌଳିକ କାହାଣୀକୁ ନେଇ ପର୍ଯ୍ୟବେସିତ ଆଶ୍ରମ ଫିଲ୍ମକୁ ଓଡ଼ିଶା ବାସୀଙ୍କୁ ଦେଖିବାକୁ ଅନୁରୋଧ କରିଛନ୍ତି ମହେଶ୍ବତା ରାୟ । କେମିତି ଜଣେ ସଂଭ୍ରାନ୍ତ ମହିଳା ବିବାହ କରିବା ପରେ ପାଠ ପଢ଼ି ଆଇଏଏସ୍ ହେବା ଏବଂ ପରବର୍ତ୍ତୀ ସମୟରେ ବୟସ୍କ ମାନଙ୍କ ସେବାରେ ନିଜକୁ ସମର୍ପିତ କରିଥିବା କାହାଣୀକୁ ନେଇ ଆଶ୍ରମ ଫିଲ୍ମ ତିଆରି ହୋଇଥିବା କହିଛନ୍ତି ମହେଶ୍ବତା। ସେହିପରି ସମାଜକୁ ଏକ ସଚେତନତା ବାର୍ତ୍ତା ଦେବା ନିମନ୍ତେ ଏହି ଫିଲ୍ମ ଜରିଆରେ ଉଦ୍ୟମ କରାଯାଇଥିବା ବେଳେ ଫିଲ୍ମଟି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିବ ବୋଲି ଆଶା ରଖିଛି ଆଶ୍ରମ ଫିଲ୍ମ ଟିମ୍। ତେବେ ଓଡ଼ିଶାରେ ପର୍ଯ୍ୟାପ୍ତ ସିନେମା ହଲ୍ ନଥିବାରୁ ସିନେପ୍ରେମୀ ମାନେ ଫିଲ୍ମ ଦେଖିବାରୁ ବଞ୍ଚିତ ହେଉଛନ୍ତି। ଏଣୁ କଳାକୁ ବଞ୍ଚାଇ ରଖିବାକୁ ହେଲେ ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ଫିଲ୍ମ ହଲ୍ କିଭଳି ସ୍ଥାପନ ହୋଇପାରିବ ସେ ଦିଗରେ ରାଜ୍ୟ ସରକାର କାର୍ଯ୍ୟ କରନ୍ତୁ ବୋଲି ମହେଶ୍ବତା ରାୟ ଅନୁରୋଧ କରିଛନ୍ତି।

Comments are closed.