Latest Odisha News

BREAKING NEWS

ଭୁବନେଶ୍ୱରରେ ସେରୋଲଜିକାଲ ସର୍ଭେ ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଉଗ୍ର ହେଉଛି କରୋନା ସ୍ଥିତି । ପ୍ରତିଦନ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ଏହାର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଭୁବନେଶ୍ୱରରେ ଆଜିଠାରୁ ସେରୋଲଜିକାଲ୍ ସର୍ଭେ ଆରମ୍ଭ ହୋଇଛି । ବିଏମସି ସହଯୋଗରେ ଆର୍‌ଏମ୍‌ଆର୍‌ସି ଏହି ସର୍ଭେ କରୁଛି । ଦୁଇ ଦିନ ଧରି ଚାଲିବ ଏହି ସର୍ଭେ ।

ତେବେ କ୍ଲଷ୍ଟର ଅନୁଯାୟୀ ୫ଟି କ୍ଲଷ୍ଟରରେ ସର୍ଭେ କରାଯାଉଛି। ୨ଟି ପର୍ଯ୍ୟାୟରେ ସେରୋ ସର୍ଭେଲାନ୍ସ କରାଯିବ । ପ୍ରଥମ ପର୍ଯ୍ୟାୟ ପାଇଁ ୫ଟି ଟିମ୍‌ ଗଠିତ ହୋଇଛନ୍ତି । ପ୍ରତି ଟିମ୍‌ରେ ୭ରୁ ୧୦ଜଣ ସଦସ୍ୟ ରହିବେ । ଟିମ୍‌ର ପରିଚାଳନା ଦାୟିତ୍ୱ  ଆର୍‌ଏମ୍‌ଆର୍‌ସି ଅଧିକାରୀଙ୍କ ନିକଟରେ ରହିବ । ତେବେ ପ୍ରଥମ ପର୍ଯ୍ୟାୟରେ ୨୫୦୦ ନମୁନା ସଂଗ୍ରହ କରିବାକ ଲକ୍ଷ୍ୟ ରଖାଯାଇଛି ।

ଭୁବନେଶ୍ୱରର ବସ୍ତି ଓ ହଟ୍‌ସ୍ପଟ ଅଞ୍ଚଳରୁ ୧୬୦୦ ନମୁନା ସଂଗ୍ରହ କରାଯିବ । କମ୍ୟୁନିଟି ସଦସ୍ୟଙ୍କ ୯୦୦ ନମୁନା ସଂଗ୍ରହ ହେବ । ବିଭିନ୍ନ ୱାର୍ଡରେ ନମୁନା ସଂଗ୍ରହ କରାଯିବ । ଅଧିକ ସଂକ୍ରମିତ ଆଶଙ୍କା ଥିବା ବ୍ୟକ୍ତିଙ୍କ ଠାରୁ ନମୁନା ସଂଗ୍ରହ କରାଯିବ ।  ଆଜି ୧୫ଟି ୱାର୍ଡରେ ନମୁନା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ଆଣ୍ଟିଜେନ ଟେଷ୍ଟ ଲାଗି ୨୫ ହଜାର କିଟ୍ ରାଜ୍ୟର ବିଭିନ୍ନ ଡାକ୍ତରଖାନା କୁ ପଠାଯାଇଛି । ଆହୁରି ୧ଲକ୍ଷ କିଟ ମଗା ଯାଇଥିବା ଆର୍‌ଏମ୍‌ଆର୍‌ସି ନିର୍ଦ୍ଦେଶିକା ସଂଘମିତ୍ରା ପତି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.