Latest Odisha News

BREAKING NEWS

ପରୀକ୍ଷାରେ ଜାଲିଆତି, ଘର ଭଡା ବୃଦ୍ଧିକୁ ଦାୟୀ କରି ଜୀବନ ହାରିଦେଲେ ଅଞ୍ଜଳି

ନୂଆଦିଲ୍ଲୀ: ମୁଁ ଆଉ ସହି ପାରୁନି, ମୋତେ କ୍ଷମା କରିଦେବ। ଦିଲ୍ଲୀର ଓଲ୍ଡ ରାଜେନ୍ଦ୍ର ନଗରର ଏକ ଭଡା ଘରେ ରହୁଥିବା ମହାରାଷ୍ଟ୍ରର ଛାତ୍ରୀ ଅଞ୍ଜଳି ଏଭଳି ନୋଟ୍ ଲେଖି ଜୀବନ ହାରି ଦେଇଛନ୍ତି।

UPSC ଆଶାୟୀ ଅଞ୍ଜଳି ତାଙ୍କ ସୁଇସାଇଡ୍ ନୋଟରେ ଯାହା ଲେଖିଛନ୍ତି ତାହା ଅତ୍ୟନ୍ତ କଷ୍ଟଦାୟକ। ୟୁପିଏସସି ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରମାନେ ସମ୍ମୁଖୀନ ହେଉଥିବା ଅସୁବିଧା ବିଷୟରେ ଅଞ୍ଜଳି ଉଲ୍ଲେଖ କରିଛନ୍ତି। ସୁଇସାଇଡ୍ ନୋଟରେ ସେ କହିଛନ୍ତି ଯେ UPSC ଛାତ୍ରମାନେ କେତେ ଚାପର ସମ୍ମୁଖୀନ ହେଉଛନ୍ତି ଏବଂ ଦୈନନ୍ଦିନ କେଉଁ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ମୁଁ ଆଗକୁ ବଢିବାକୁ ବହୁତ ଚେଷ୍ଟା କଲି, କିନ୍ତୁ ପାରିଲି ନାହିଁ। ଅବସାଦରୁ ମୁକ୍ତି ପାଇବା ପାଇଁ ମୁଁ ବହୁତ ଚେଷ୍ଟା କଲି, କିନ୍ତୁ ସଫଳ ହୋଇପାରିଲି ନାହିଁ। ମୋର ଏକମାତ୍ର ସ୍ୱପ୍ନ ଥିଲା ପ୍ରଥମ ପ୍ରୟାସରେ UPSC କ୍ଲିୟର କରିବି ବୋଲି। ତୁମେ ସମସ୍ତେ ମୋତେ ବହୁତ ସପୋର୍ଟ କରିଛ, କିନ୍ତୁ ମୁଁ ପାରୁନାହିଁ। ମୁଁ ବହୁତ ଅସହାୟ ମନେ କରୁଛି, ମୁଁ ଯାଉଛି। କିରଣ ଆଣ୍ଟି ସର୍ବଦା ମୋ ପାଖରେ ଠିଆ ହୋଇଥିବାରୁ ଧନ୍ୟବାଦ। ଶେଷରେ ଛାତ୍ର ଜଣକ ଏକ ସ୍ମାଇଲ ନୋଟ୍ କରି ଜୀବନ ହାରି ଦେଇଛନ୍ତି।

ତେବେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ କେତେ ଅଧିକ ଚାପରେ ରହୁଛନ୍ତି ତାହା ଏହି ଘଟଣାରୁ ସ୍ପଷ୍ଟ ହୋଇଛି।ଅଞ୍ଜଳି ତାଙ୍କ ସୁଇସାଇଡ୍ ନୋଟରେ ଯାହା ଲେଖିଛନ୍ତି ତାହା ଅତ୍ୟନ୍ତ କଷ୍ଟଦାୟକ। ୟୁପିଏସସି ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରମାନେ ସମ୍ମୁଖୀନ ହେଉଥିବା ଅସୁବିଧା ବିଷୟରେ ଅଞ୍ଜଳି ଉଲ୍ଲେଖ କରିଛନ୍ତି। ସୁଇସାଇଡ୍ ନୋଟରେ ସେ କହିଛନ୍ତି ଯେ UPSC ଛାତ୍ରମାନେ କେତେ ଚାପର ସମ୍ମୁଖୀନ ହେଉଛନ୍ତି ଏବଂ ଦୈନନ୍ଦିନ କେଉଁ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାବ୍ୟତୀତ ସରକାରୀ ପରୀକ୍ଷାରେ ଘୋଟାଲା ଏବଂ ଘର ମାଲିକମାନେ ଯେଉଁପରି ଭାବରେ ଘର ଭଡା ବୃଦ୍ଧି କରୁଛନ୍ତି ତାହା ମାନସିକ ଶାନ୍ତିକୁ ପ୍ରଭାବିତ କରିଛି।

ମୁଁ ଆଗକୁ ବଢିବାକୁ ବହୁତ ଚେଷ୍ଟା କଲି, କିନ୍ତୁ ପାରିଲି ନାହିଁ। ଅବସାଦରୁ ମୁକ୍ତି ପାଇବା ପାଇଁ ମୁଁ ବହୁତ ଚେଷ୍ଟା କଲି, କିନ୍ତୁ ସଫଳ ହୋଇପାରିଲି ନାହିଁ। ମୋର ଏକମାତ୍ର ସ୍ୱପ୍ନ ଥିଲା ପ୍ରଥମ ପ୍ରୟାସରେ UPSC କ୍ଲିୟର କରିବି ବୋଲି। ତୁମେ ସମସ୍ତେ ମୋତେ ବହୁତ ସପୋର୍ଟ କରିଛ, କିନ୍ତୁ ମୁଁ ପାରୁନାହିଁ। ମୁଁ ବହୁତ ଅସହାୟ ମନେ କରୁଛି, ମୁଁ ଯାଉଛି। କିରଣ ଆଣ୍ଟି ସର୍ବଦା ମୋ ପାଖରେ ଠିଆ ହୋଇଥିବାରୁ ଧନ୍ୟବାଦ। ଶେଷରେ ଛାତ୍ର ଜଣକ ଏକ ସ୍ମାଇଲ ନୋଟ୍ କରି ଜୀବନ ହାରି ଦେଇଛନ୍ତି।

ତେବେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ କେତେ ଅଧିକ ଚାପରେ ରହୁଛନ୍ତି ତାହା ଏହି ଘଟଣାରୁ ସ୍ପଷ୍ଟ ହୋଇଛି।

Comments are closed.