Latest Odisha News

ଏପରି ଅଦ୍ଭୁତ ପ୍ରଜାପତି, ଉଡିବା ମାତ୍ରେ ହୋଇଯାଏ ଅଦୃଶ୍ୟ

ନୂଆଦିଲ୍ଲୀ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ଦୁନିଆ l ଯେଉଁଠି ଆପଣମାନେ ଦେଖିବାକୁ ପାଇବେ ଭଳିକି ଭଳି ଜୀବଜନ୍ତୁ, ସରୀସୃପ ଇତ୍ୟାଦି l ସେହି ଜୀବଜନ୍ତୁଙ୍କ ମଧ୍ୟରେ କିଛି ଏପରି ଜୀବ ଅଛନ୍ତି ଯାହାକୁ ଦେଖି ଆପଣ ଭାବିବେ ଯେ ବୋଧ ହୁଏ ଏହି ଯିବା ପାଖରେ କୌଣସି ଯାଦୁ ଶକ୍ତି ଅଛି l ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ପ୍ରଜାପତି ବିଷୟରେ କହିବୁ, ଯିଏ ଉଡିଲା ବେଳେ ତାହାର ଡେଣା ସମ୍ପୂର୍ଣ ଭାବରେ ଡେଣା ଅଦୃଶ୍ୟ ହୋଇଯାଏ l ତେବେ ଆସନ୍ତୁ ଜାଣିବା ଏହି ପ୍ରଜାପତି ବିଷୟରେ କିଛି ଅଜଣା କଥା …

ଏହି ପ୍ରଜାପତିକୁ ଗ୍ଲାସିଙ୍ଗ ପ୍ରଜାପତି କୁହାଯାଏ l ପୃଥିବୀରେ ଥିବା ପ୍ରକୃତିର କେତେକ ସୁନ୍ଦର ଜିନିଷ ମଧ୍ୟରେ ଏହି ଜୀବର ନାମ ଆସିଥାଏ l ବାସ୍ତବରେ, ଏହି ପ୍ରଜାପତିର ଡେଣା ଅତ୍ୟନ୍ତ ଅନନ୍ୟ l କାଚ ପରି ଏହି ପ୍ରଜାପତିର ଡେଣା ସଂପୂର୍ଣ୍ଣ ସ୍ୱଚ୍ଛ l ଯେଉଁ କାରଣରୁ ଏହି ପ୍ରଜାପତି ଯେତେବେଳେ ଉଡୁଥାଏ, ସେତେବେଳେ ତାକୁ ଦେଖିଲେ ଲାଗେ ଏହାର ଡେଣା ଗୁଡିକ ସତେ ଯେପରି ଅଦୃଶ୍ୟ ହୋଇଯାଇଛି l ମାତ୍ର ଏହା କେବଳ ଆଖିର ଭ୍ରମ ମାତ୍ର l

ଏହି ଗ୍ଲାସିଙ୍ଗ୍ ପ୍ରଜାପତିକୁ ବୈଜ୍ଞାନିକ ଭାଷାରେ ଗ୍ରେଟା ଅଟୋ ବୋଲି କୁହାଯାଏ l ଏହି ପ୍ରଜାପତିମାନଙ୍କର ଡେଣା ସ୍ୱଚ୍ଛ କାରଣ ସେମାନଙ୍କର ଶରୀରର କୌଣସି ସ୍ଥାନରେ କୌଣସି ରଙ୍ଗ ନଥାଏ l ଏହି ପ୍ରକାରର ପ୍ରଜାପତି ତାର ଡେଣା ସାହାର୍ଯ୍ୟରେ ଶିକାରକାରୀଙ୍କଠାରୁ ଲୁଚିବାରେ ସଫଳ ହୋଇଥାଏ l ତେବେ ସବୁ ସ୍ଥାନରେ ଏହି ପ୍ରଜାପତିମାନଙ୍କୁ ଦେଖିବାକୁ ମିଳେନାହିଁ l ବିଶେଷକରି ମେକ୍ସିକୋ, ପାନାମା, କଲମ୍ବିଆ ଏବଂ ଫ୍ଲୋରିଡା ଠାରେ ଏହି ପ୍ରକାରର ପ୍ରଜାପତି ଦେଖିବାକୁ ମିଳନ୍ତି l ଏହି ପ୍ରଜାପତିମାନଙ୍କର ଲମ୍ବ 2.8 ରୁ 3 ସେମି ଏବଂ ଏହାର ଡେଣା 5 ରୁ 6 ସେମି l

 

 

Comments are closed.