Latest Odisha News

BREAKING NEWS

ମାଲକାନଗିରି ସୀମାନ୍ତ ତେଲେଙ୍ଗାନାରେ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ

ମାଲକାନଗିରି: ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ । ମାଲକାନଗିରି ସୀମାନ୍ତ ତେଲେଙ୍ଗାନାରୁ ଏହିପରି ଘଟଣା ସାମ୍ନାକୁ ଆସିଛି । ତେଲେଙ୍ଗାନାର ମୁଲୁଗ ଜିଲ୍ଲା ଅନ୍ତର୍ଗତ ଭେଙ୍କେଟପୁରମ ପୋଲିସ ଷ୍ଟେସନରେ ଥିବା ୩୯ତମ ସିଆରପିଏଫ୍ କ୍ୟାମ୍ପରେ ଏହି ଘଟଣା ଘଟିଛି । ଘଟଣାରେ ମେସ୍ ଇନଚାର୍ଜ ଷ୍ଟେଫେନ୍ କାର୍ଯ୍ୟରତ ଏସଆଇଙ୍କ ଉମେଶ ଚନ୍ଦ୍ରଙ୍କୁ ଗୁଳି କରିଥିଲେ । ପରେ ନିଜ ଉପରକୁ ମଧ୍ୟ ଗୁଳି ଚାଳନା କରିଥିଲେ ।

ଘଟଣା ସ୍ଥଳରେ ଏସଆଇ ଉମେଶ ଚନ୍ଦ୍ରଙ୍କ ଦେହାନ୍ତ ହୋଇଥିଲା । ମେସ୍ ଇନଚାର୍ଜ ଗୁରତର ଆହତ ହୋଇଛନ୍ତି । ଗୁରୁତର ମେସ୍ ଇନଚାର୍ଜ ଷ୍ଟେଫେନଙ୍କୁ ନିକଟସ୍ଥ ୱାରଙ୍ଗଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହେଲେ କେଉଁ କାରଣରୁ ଏହି ଘଟଣା ଘଟିଥିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ । ତେବେ ସୀମାନରେ ଥିବା କ୍ୟାମ୍ପଗୁଡ଼ିକରେ ବାରମ୍ବାର ଏହିପରି ଅଘଟଣ ଘଟୁଥିବା ଦେଖିବାକୁ ମିଳୁଛି ।

Leave A Reply

Your email address will not be published.