Latest Odisha News

BREAKING NEWS

ଏହି ରାଜ୍ୟରେ ୧୦ଦିନ ପାଇଁ ଲାଗୁ ହେଲା ନାଇଟ୍‌ କର୍ଫ୍ୟୁ

ନୂଆଦିଲ୍ଲୀ: ଓମିକ୍ରନ୍‌ର ବଢୁଥିବା ମାମଲାକୁ ନେଇ ସାରା ଦେଶରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହାର ମୁକାବିଲା ପାଇଁ ସମସ୍ତ ରାଜ୍ୟ ନିର୍ଦ୍ଦେଶାବଳୀ ଜାରି କରୁଛନ୍ତି। ଏହା ସହିତ ସେମାନଙ୍କୁ ନିୟମକୁ କଡାକଡି ଭାବେ ପାଳନ କରିବାକୁ ମଧ୍ୟ କୁହାଯାଉଛି।

ଓମିକ୍ରନ୍‌ ମାମଲାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ରାତ୍ରି କର୍ଫ୍ୟୁ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ଦିଲ୍ଲୀରେ କରୋନା ନିର୍ଦ୍ଦେଶାବଳୀକୁ ନେଇ କଡା ପ୍ରସ୍ତୁତି ଚାଲିଛି। ଜାନୁୟାରୀ ୫ ରେ ଏଠାରେ ଆୟୋଜିତ ହେବାକୁ ଥିବା ବିଆର ଆମ୍ବେଦକର ଉପରେ ଏକ ବଡ କାର୍ଯ୍ୟକ୍ରମକୁ ମଧ୍ୟ ସ୍ଥଗିତ ରଖାଯାଇଛି।

କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ରବିବାର ରାତ୍ରି କର୍ଫ୍ୟୁ ଲାଗୁ କରିବାକୁ ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ, ଡିସେମ୍ବର ୨୮ ରାତି ୧୦ ଟାରୁ ୫ ଟା ପର୍ଯ୍ୟନ୍ତ ରାତ୍ରି କର୍ଫ୍ୟୁ ଲାଗୁ ହେବ। ଆସନ୍ତା ୧୦ ଦିନ ପାଇଁ ଏହି ନିର୍ଦ୍ଦେଶ ଜାରି କରାଯାଇଛି।

Leave A Reply

Your email address will not be published.