Latest Odisha News

BREAKING NEWS

ଜାମା ମସଜିଦ ସର୍ଭେ; ପୋଲିସକୁ ପଥର ମାଡ଼, ଜାଳି ଦେଲେ ଗାଡି଼

ଲକ୍ଷ୍ନୌ: ଉତ୍ତରପ୍ରଦେଶର ସମ୍ୱାଲର ଜାମା ମସଜିଦରେ ସର୍ଭେକୁ ନେଇ ବିବାଦ ରବିବାର ଦିନ ହିଂସ୍ର ରୂପ ନେଇଛି। ସର୍ଭେ ସମୟରେ ବିକ୍ଷୋଭକାରୀମାନେ ପୋଲିସ ଉପରକୁ ପଥର ଫିଙ୍ଗିବା ସହ ଗାଡିରେ ନିଆଁ ଲଗାଇ ଦେଇଥିଲେ।

ଫଳରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଯେଉଁଥିପାଇଁ ପୋଲିସକୁ ଲୁହବୁହା ଗ୍ୟାସ ଏବଂ ଲାଠିଚାର୍ଜ କରିବାକୁ ପଡିଥିଲା। ଏହି ଘଟଣାରେ କୋଡ଼ିଏରୁ ଅଧିକ ପୋଲିସ କର୍ମଚାରୀ ଏବଂ ଦୁଇ ଡଜନରୁ ଅଧିକ ଲୋକ ଆହତ ହୋଇଛନ୍ତି। ତିନି ଜଣଙ୍କ ମୃତ୍ୟୁ ଖବର ମିଳିଥିଲା ବେଳେ ବିକ୍ଷୋଭକାରୀମାନେ ଦଶରୁ ଅଧିକ ଗାଡିରେ ନିଆଁ ଲଗାଇ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଭାରତରେ ମୋଗଲ ସାମ୍ରାଜ୍ୟ ସମୟରେ ମସଜିଦ ନିର୍ମାଣ ପାଇଁ ଏଠାରେ ଥିବା ହିନ୍ଦୁ ମନ୍ଦିରକୁ ଭଙ୍ଗାଯାଇଥିବା ନେଇ ହିନ୍ଦୁ ଗୋଷ୍ଠୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା।

Comments are closed.