Latest Odisha News

BREAKING NEWS

ବିନ୍ଦି ଲଗାଇବାରୁ ଅପମାନିତ କଲେ ଶିକ୍ଷୟିତ୍ରୀ, ଫାଶୀ ଲଗାଇ ଆତ୍ମହତ୍ୟା କଲେ ଛାତ୍ରୀ

ଝାଡଖଣ୍ଡ: ଧାନବାଦରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଦଶମ ଶ୍ରେଣୀର ଛାତ୍ରୀ ମଥାରେ ବିନ୍ଦି ଲଗାଇବାରୁ ସମସ୍ତଙ୍କ ସାମ୍ନାରେ ଅପମାନିତ କଲେ ଶିକ୍ଷୟିତ୍ରୀ। ଏହି ଅପମାନ ସହି ନପାରି ଫାଶି ଲଗାଇ ଆତ୍ମହତ୍ୟା କଲେ ୧୬ ବର୍ଷୀୟା ଉଷା କୁମାରୀ। ପୋଲିସ ଛାତ୍ରୀଙ୍କ ନିକଟରୁ ଏକ ସୁସାଇଡ୍ ନୋଟ୍ ଜବତ କରିଛି।

ସୂଚନା ଅନୁସାରେ ସୋମବାର ଏକ ଘରୋଇ ସ୍କୁଲ ଛାତ୍ରୀ ଉଷା କୁମାରୀ ମଥାରେ ବିନ୍ଦି ଲଗାଇ ସ୍କୁଲକୁ ଯାଇଥିଲେ। ମାତ୍ର ପ୍ରାର୍ଥନା ସଭାରେ ଏହା ଦେଖି ତାଙ୍କ ଉପରେ ରାଗି ଯାଇ ଜଣେ ଶିକ୍ଷୟିତ୍ରୀ ଉଷାଙ୍କ ଗାଲକୁ ଚାପୁଡ଼ା ମାରିବା ସହ ଅଭସ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ମୃତ ଛାତ୍ରୀଙ୍କ ମାଆ ବନ୍ଦନା ଦେବୀ କହିଛନ୍ତି ଯେ ସୋମବାର ତାଙ୍କ ଝିଅ ବିନ୍ଦି ପିନ୍ଧି ତାଙ୍କ ସ୍କୁଲକୁ ଯାଇଥିଲା। ବିଦ୍ୟାଳୟ ପରିସରରେ ଶିକ୍ଷୟିତ୍ରୀ ସିନ୍ଧୁ ମ୍ୟାଡାମ୍ ବିନ୍ଦି ପିନ୍ଧି ଆସିବାକୁ ବିରୋଧ କରିଥିଲେ ଏବଂ ସମସ୍ତ ପିଲାଙ୍କ ସମ୍ନାରେ ଛାତ୍ରଙ୍କୁ ଅପମାନିତ କରିବା ସହ ଚାପୁଡ଼ା ମାରିଥିଲେ। ଶିକ୍ଷକଙ୍କ ଏହି ଆଚରଣରେ ଛାତ୍ରୀ ଜଣକ ନିଜ କୋଠରୀ ଭିତରେ ଫ୍ୟାନ୍‌ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଝିଅ ନବାହାରିବାରୁ ପରିବାର ଲୋକେ କବାଟ ଭାଙ୍ଗି ଝିଅର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଲେ।

ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେ ପାଇଁ ପଠାଇଛି। ମୃତ ଛାତ୍ରୀ ଆତ୍ମହତ୍ୟା ସମୟରେ ସ୍କୁଲ ଡ୍ରେସ ପିନ୍ଧିଥିଲା। ଏଥିସହ ଉଷାଙ୍କ ୟୁନିଫର୍ମ ପକେଟରୁ ଏକ ସୁଇସାଇଡାଲ ନୋଟ ଜବତ କରିଛି ପୋଲିସ । ଉକ୍ତ ନୋଟରେ ସେ ନିଜ ମୃତ୍ୟୁ ପାଇଁ ପ୍ରଧାନଶିକ୍ଷକଙ୍କ ସମେତ ଜଣେ ଶିକ୍ଷୟିତ୍ରୀଙ୍କୁ ଦାୟୀ କରାଯାଇଛି। ପୋଲିସ ତୁରନ୍ତ ୨ ଅଭିଯୁକ୍ତାଙ୍କୁ ଗିରଫ କରିଛି। ଏହି ଘଟଣା ପାଇଁ ଉତ୍ତ୍ୟକ୍ତ ଲୋକେ ସ୍କୁଲ ମ୍ୟାନେଜମେଣ୍ଟକୁ ଦାୟୀ କରିଥିବା ବେଳେ ତୁରନ୍ତ ଘଟଣାର ଯାଞ୍ଚ ପାଇଁ ପୋଲିସ୍ ପ୍ରତିଶ୍ରୁତି ଦେବାରୁ ଉତ୍ତେଜନା ଥମିଥିଲା।

Comments are closed.