Latest Odisha News

BREAKING NEWS

ସର୍ବକନିଷ୍ଠ କମ୍ପ୍ୟୁଟର ପ୍ରୋଗ୍ରାମର୍ ଭାବେ ଗିନିଜ ବୁକ୍ ଅଫ୍ ୱାର୍ଲଡ୍‌ ରେକର୍ଡରେ ସ୍ଥାନ ପାଇଲେ ଗୁଜୁରାଟର ୬ ବର୍ଷର ବାଳକ

ନୂଆଦିଲ୍ଲୀ: ଆମ ଦେଶରେ ପ୍ରତିଭାର ଅଭାବ ନାହିଁ। ଅନେକ ଅନନ୍ୟ ବ୍ୟକ୍ତି ମାନସିକ ଏବଂ ଶାରୀରିକ ଦକ୍ଷତା ବଳରେ ଆଗକୁ ଆସିପାରିଛନ୍ତି। ଦେଶରେ ସେହିଭଳି ଆଉ ଏକ ଅନନ୍ୟ ପ୍ରତିଭାର ଜ୍ଵଳନ୍ତ ଉହାହରଣ ଦେଖିବାକୁ ମିଳିଛି। ୬ ବର୍ଷ ବୟସର ଦ୍ୱିତୀୟ ବର୍ଷର ଛାତ୍ର ନିଜର ପ୍ରତିଭା ଦ୍ୱାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।

ବାସ୍ତବରେ, ଗୁଜରାଟର ଅହମ୍ମଦାବାଦର ଦ୍ୱିତୀୟ ଶ୍ରେଣୀର ଛାତ୍ର କମ୍ପ୍ୟୁଟର ଜଗତରେ ସଫଳତା କରିଛି। ଅରହମ୍ ଓମ୍ ତଲସାନିଆ ମାତ୍ର ୬ ବର୍ଷ ବୟସରେ ଦୁନିଆର ସର୍ବକନିଷ୍ଠ କମ୍ପ୍ୟୁଟର ପ୍ରୋଗ୍ରାମର୍ ହୋଇପାରିଛନ୍ତି। ସେ ଦୁନିଆର ସର୍ବକନିଷ୍ଠ କମ୍ପ୍ୟୁଟର ପ୍ରୋଗ୍ରାମର ଭାବରେ ଗିନିଜ ବୁକ୍ ଅଫ୍ ୱାର୍ଲଡ୍‌ ରେକର୍ଡରେ ତାଙ୍କ ନାମ ସାମିଲ୍‌ କରିବାରେ ଅରହମ୍ ଓମ୍ ତଲସାନିଆ ସଫଳ ହୋଇଛନ୍ତି।

ଅରହମ୍ ଓମ୍ ତଲସାନିଆଙ୍କ ପିତା କହିଛନ୍ତି ଯେ ତାଙ୍କ ପୁଅ କୋଡିଂ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ ଏବଂ ତାଙ୍କୁ ପ୍ରୋଗ୍ରାମିଂର ମୌଳିକ ଶିକ୍ଷା ଦେଇଥିଲେ। ଏହି କାରଣରୁ, ଅର୍‌ହମ୍‌ ମାଇକ୍ରୋସଫ୍ଟ ପକ୍ଷରୁ ଆୟୋଜିତ କରାଯାଇଥିବା ପାଇଥନ୍ ପ୍ରୋଗ୍ରାମିଂ ଭାଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।

ମାଇକ୍ରୋସଫ୍ଟ ପିଆରସନ୍ ଭ୍ୟୁ ଟେଷ୍ଟ ସେଣ୍ଟରରେ ଏହି ପରୀକ୍ଷା କରିଥିଲା। ପାକିସ୍ତାନୀ ମୂଳର ସାତ ବର୍ଷର ବ୍ରିଟିଶ ବାଳକ ମହମ୍ମଦ ହାମଜା ଶେହଜାଦଙ୍କ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି ଅର‌ହମ୍‌।

Leave A Reply

Your email address will not be published.