Latest Odisha News

BREAKING NEWS

ସ୍କୁଲରେ ବନ୍ଧୁକ, ୯ମ ଶ୍ରେଣୀ ଛାତ୍ରଙ୍କୁ ଜେରା

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର କୁଦାନଗରୀ ଅଞ୍ଚଳର ଏକ ସରକାରୀ ହାଇସ୍କୁଲ ଭିତରେ ଜଣେ ନବମ ଶ୍ରେଣୀ ଛାତ୍ର ବନ୍ଧୁକ ସହିତ ଧରାପଡ଼ିଛି।

ସୂଚନା ଅନୁଯାୟୀ, ଗଣିତ ଶ୍ରେଣୀ ସମୟରେ ଛାତ୍ରଟି ଅସ୍ୱାଭାବିକ ଭାବରେ ଅନ୍ୟମନସ୍କ ଥିବାର ଜଣାପଡ଼ିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା। ଛାତ୍ରକୁ ପଚରାଉଚରା ପରେ ବନ୍ଧୁକ ଲୁଚାଇ ରଖିଥିବା ଜଣାପଡ଼ିଥିଲା। ଏନେଇ ତୁରନ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଥିଲା।

ଏହି ଘଟଣା ଜାଣିବା ପରେ ପ୍ରଧାନ ଶିକ୍ଷକ ସ୍ଥାନୀୟ ଥାନାକୁ ଖବର ଦେଇଥିଲେ ଏବଂ ଏକ ଟିମ୍ ତୁରନ୍ତ ସ୍କୁଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ବନ୍ଧୁକଟି ଜବତ କରାଯିବା ସହ ଫୋରେନସିକ୍ ପରୀକ୍ଷା ପାଇଁ ପଠାଯାଇଛି। ଏପଟେ ଛାତ୍ରକୁ ହେପାଜତକୁ ନିଆଯାଇ ସୁଧାର ଗୃହକୁ ପଠାଯାଇ ଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି।

ତେବେ ନାବାଳକ ଜଣକ କିପରି ଏବଂ କେଉଁଠାରୁ ଅସ୍ତ୍ର ପାଇଲେ ଏବଂ ଅଞ୍ଚଳରେ ଅବୈଧ ଅସ୍ତ୍ର ଯୋଗାଣ ସହ ଲିଙ୍କ୍ ଅଛି କି ନାହିଁ ତାହା ଜାଣିବାକୁ ପୋଲିସ ଚେଷ୍ଟା କରୁଛି।

 

Leave A Reply

Your email address will not be published.