Latest Odisha News

BREAKING NEWS

ବାଲେଶ୍ୱର ସ୍କୁଲରେ ଛାତ୍ରଙ୍କୁ ତାଲା ପକାଇବା ଘଟଣା: ସରକାରଙ୍କ ତଦନ୍ତ ନିର୍ଦ୍ଦେଶ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ଏକ ନୋଡାଲ୍ ସ୍କୁଲରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ର ବନ୍ଦ ହୋଇ ରହିବା ଘଟଣାରେ ଗୁରୁବାର ଦିନ ତଦନ୍ତ ଆଦେଶ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

ବିଭାଗ ପକ୍ଷରୁ ନିର୍ଦ୍ଦେଶ ପରେ କଲେକ୍ଟର ରିସୋର୍ସ ସେଣ୍ଟର କୋଓଡିନେଟର (ସିଆରସିସି) ନେତୃତ୍ୱରେ ଗଠିତ ଏକ ଟିମ୍ ବାଲେଶ୍ୱର ର ମଠସାହି ମହାବୀର ନୋଡାଲ୍ ସ୍କୁଲ ଯାଇ ଘଟଣା ସମ୍ପର୍କରେ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନଙ୍କୁ ପଚରାଉଚରା କରିଛନ୍ତି ।

ଏନେଇ ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ) ପ୍ରମୋଦ ସାରଙ୍ଗି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ଆମେ ଟିମର ରିପୋର୍ଟକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ” ।

ପ୍ରାପ୍ତ ସୂଚନାନୁଯାୟୀ ଘଟଣାଟି ବୁଧବାର ଦିନ ଘଟିଛି । ପାଠପଢା ସରିବା ପରେ ସ୍କୁଲ ଛୁଟି ହୋଇଯିବାରୁ ପିଅନ୍ ମୁଖ୍ୟ ଗେଟରେ ତାଲା ପକାଇ ଦେଇଥିଲା । ଦୁର୍ଭାଗ୍ୟବଶତଃ ଜଣେ ପ୍ରଥମ ଶ୍ରେଣୀର ଛାତ୍ର ବିଦ୍ୟାଳୟ ଛୁଟି ପୂର୍ବରୁ ପାଇଖାନା ଯାଇଥିଲା । ପରେ ଉକ୍ତ ଛାତ୍ର ଜଣକ ପାଇଖାନାରୁ ଫେରି ସ୍କୁଲ ଗେଟରେ ତାଲା ପଡିଥିବା ଦେଖି ଖୁବ୍ ଜୋରରେ କାନ୍ଦିଥିଲା ।

ପରେ ଛୁଆଟିର କାନ୍ଦ ଶୁଣି ସ୍ଥାନୀୟ ଲୋକମାନେ ତୁରନ୍ତ ସ୍କୁଲ୍ କର୍ମଚାରୀଙ୍କୁ ଡକାଇ ଥିଲେ । ପାଖାପାଖି ୧ଘଣ୍ଟା ପରେ ଯାଇ ମୁଖ୍ୟ ଗେଟ୍ ଖୋଲାଯାଇଥିଲା ।

Comments are closed.