Latest Odisha News

BREAKING NEWS

ବାଲେଶ୍ୱର ସ୍କୁଲରେ ଛାତ୍ରଙ୍କୁ ତାଲା ପକାଇବା ଘଟଣା: ପ୍ରଧାନଶିକ୍ଷୟତ୍ରୀ ନିଲମ୍ବିତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ଏକ ନୋଡାଲ୍ ସ୍କୁଲରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ର ବନ୍ଦ ହୋଇ ରହିବା ଘଟଣାରେ ପ୍ରଧାନଶିକ୍ଷୟତ୍ରୀଙ୍କୁ ନିଲମ୍ବିତ କରାଯାଇଛି।

ଏନେଇ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାପରେ ଘଟଣାଟି ଲୋକଲୋଚନକୁ ଆସିଥିଲା।

ସୂଚନାଯୋଗ୍ୟ,  ପାଠପଢା ସରିବା ପରେ ସ୍କୁଲ ଛୁଟି ହୋଇଯିବାରୁ ପିଅନ୍ ମୁଖ୍ୟ ଗେଟରେ ତାଲା ପକାଇ ଦେଇଥିଲା । ଦୁର୍ଭାଗ୍ୟବଶତଃ ଜଣେ ପ୍ରଥମ ଶ୍ରେଣୀର ଛାତ୍ର ବିଦ୍ୟାଳୟ ଛୁଟି ପୂର୍ବରୁ ପାଇଖାନା ଯାଇଥିଲା । ପରେ ଉକ୍ତ ଛାତ୍ର ଜଣକ ପାଇଖାନାରୁ ଫେରି ସ୍କୁଲ ଗେଟରେ ତାଲା ପଡିଥିବା ଦେଖି ଖୁବ୍ ଜୋରରେ କାନ୍ଦିଥିଲା ।

Comments are closed.