ଭୁବନେଶ୍ୱର: ଓଡିଶାରେ ଜଳ ଜୀବନ ମିଶନ 2.0ର କାର୍ଯ୍ୟକାରିତା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଏବଂ ଓଡିଶା ସରକାରଙ୍କ ମଧ୍ୟରେ ଏକ MoU ସ୍ଵାକ୍ଷର ହୋଇଛି | ଆଭାସୀ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ନୂଆଦିଲ୍ଲୀରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି.ଆର୍ ପାଟିଲ ଏବଂ ରାଷ୍ଟ୍ର ମନ୍ତ୍ରୀ ବି. ସୋମନ୍ନା ଉପସ୍ଥିତ ଥିଲେ ।
ଏହି ଅବସରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ପାଇଁ ଜଳ ଜୀବନ ମିଶନ ଆରମ୍ଭ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଧନ୍ୟବାଦ ଜଣାଇ କହିଥିଲେ ଯେ, ଦେଶର ୭୭.୩ ପ୍ରତିଶତ ପରିବାରକୁ ଏପର୍ଯ୍ୟନ୍ତ ଟ୍ୟାପ୍ ସଂଯୋଗ ମିଳିଛି। କେନ୍ଦ୍ର କ୍ୟାବିନେଟ ଦ୍ୱାରା ଏହି ମିଶନର ସମ୍ପ୍ରସାରଣ ୨୦୨୮ ପର୍ଯ୍ୟନ୍ତ ଅନୁମୋଦନ ମିଳିଥିବା ଓ ‘ହର ଘର ଜଳ’ ଲକ୍ଷ୍ୟ ପୂରଣ ପାଇଁ ଏହା ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିଥିଲେ।
ସେ କହିଥିଲେ ଯେ, ଜଳ ଜୀବନ ମିଶନ 2.0 ଅନୁଯାୟୀ ରାଜ୍ୟ ସରକାର ଏକ ସ୍ପଷ୍ଟ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି। Operation & Maintenance Policy ମାଧ୍ୟମରେ ଜନସାଧାରଣଙ୍କ ଭାଗୀଦାରି, ଆର୍ଥିକ ସ୍ଥିରତା ଓ ସଠିକ୍ ରକ୍ଷଣାବେକ୍ଷଣ ଉପରେ ଜୋର ଦିଆଯାଉଛି। ସୁଜଳମ୍ ଭାରତ ପ୍ଲାଟଫର୍ମ ମାଧ୍ୟମରେ ପ୍ରାୟ ୫,୦୦୦ ଗ୍ରାମୀଣ ପାଇପ୍ ଜଳ ଯୋଜନାର ID ପ୍ରସ୍ତୁତ କରାଯାଇଛି ଓ ସମସ୍ତ ଯୋଜନାର ବିତ୍ତୀୟ ସମନ୍ୱୟ ସମ୍ପନ୍ନ ହୋଇଛି। ଓଡିଶାରେ ପ୍ରତ୍ୟେକ ବ୍ୟକ୍ତି ପାଇଁ ଦିନକୁ ୭୦ ଲିଟର ପାନୀୟ ଜଳ ବ୍ୟବସ୍ଥା କରାଯାଇଥିବା ବେଳେ, ଏହି ମିଶନରେ ରାଜ୍ୟ ସରକାର ପ୍ରାୟ ୪୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରୁଛନ୍ତି। ବସୁଧା ହେଲ୍ପଲାଇନ୍, ହ୍ୱାଟ୍ସଆପ୍ ସେବା ଓ ଡିଜିଟାଲ୍ ଗ୍ରୀଭାନ୍ସ ପ୍ଲାଟଫର୍ମ ମାଧ୍ୟମରେ ସିଟିଜେନ୍-ସେଣ୍ଟ୍ରିକ୍ ସେବାକୁ ଶକ୍ତିଶାଳୀ କରାଯାଇଛି।
ଗ୍ରାମସ୍ତରରେ Village Water & Sanitation Committee (VWSC) ମାଧ୍ୟମରେ ଜନସାଧାରଣଙ୍କ ଭାଗୀଦାରି ବୃଦ୍ଧି ପାଇଛି ଓ ୩୦ଟି ଜିଲ୍ଲାରୁ ୨୫ଟି ଜିଲ୍ଲାରେ “ଜଳ ଅର୍ପଣ ଦିବସ” ସଫଳତାର ସହିତ ପାଳନ ହୋଇଛି। ବାକି ସବୁ ଜିଲ୍ଲାରେ ମଧ୍ୟ ଶୀଘ୍ର କରାଯିବ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ମିଶନ ମହିଳାମାନଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆଣିଛି, କାରଣ ବର୍ତ୍ତମାନ ସମୟରେ ସେମାନଙ୍କୁ ପାଣି ପାଇଁ ଦୂରକୁ ଯିବାକୁ ପଡୁନାହିଁ। ଓଡିଶାରେ ଜଳ ଶକ୍ତି ଅଭିଯାନ ଏକ ଜନଆନ୍ଦୋଳନର ରୂପ ନେଇଛି। ଏହା ଅନ୍ତର୍ଗତ ୨.୨୧ ଲକ୍ଷ ଜଳ ସଂରକ୍ଷଣ ଓ ବର୍ଷାଜଳ ସଂଗ୍ରହ ଷ୍ଟ୍ରକ୍ଚର, ୪୩ ହଜାରରୁ ଅଧିକ ଜଳାଶୟ ପୁନରୁଦ୍ଧାର, ୪୨ ହଜାର ଭୂଗର୍ଭ ଜଳ ପୁନର୍ଭରଣ ଓ ୨ ଲକ୍ଷରୁ ଅଧିକ ୱାଟରଶେଡ୍ କାର୍ଯ୍ୟ ସମ୍ପନ୍ନ ହୋଇଛି। ସେହିପରି ୨ କୋଟିରୁ ଅଧିକ ଗଛ ରୋପଣ କରାଯାଇଛି।
ଏହି ଅବସରରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି. ଆର ପାଟିଲ କହିଥିଲେ ଯେ 2024 ମସିହାରୁ ଆରମ୍ଭ ହୋଇଥିବା ଏହି ଯୋଜନା 2026-2028 ପର୍ଯ୍ୟନ୍ତ ଜଳ ଜୀବନ ମିଶନ 2.0 ମାଧ୍ୟମରେ ସମ୍ପ୍ରସାରିତ କରାଗଲା | ଏହି ମିଶନ ମହିଳାଙ୍କ ଜୀବନରେ ସୁଧାର ଆଣିବ | ଓଡ଼ିଶାରେ ଯେଉଁଠାରେ ପାଣିର ଅଭାବ ରହିଛି ସେଠାରେ ପାଣିର ଉପଲବ୍ଧତାକୁ ସୁନିଶ୍ଚିତ କରିବା ଏହି ମିଶନ |
ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, କେନ୍ଦ୍ର ପାନୀୟ ଜଳ ଓ ସ୍ୱଚ୍ଛତା ବିଭାଗ ସଚିବ ଅଶୋକ ମୀନା ,ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର-ତଥା -ସଚିବ ଗିରିଶ ଏସ୍.ଏନ୍ ସହିତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
BREAKING NEWS
- Elephant Death: ୮ ଦିନରୁ ଅସୁସ୍ଥ ଥିବା ଦନ୍ତାହାତୀର ଚାଲିଗଲା ଜୀବନ;ଛୋଟେଇ ଛୋଟେଇ ଚାଲୁଥିଲା ଦନ୍ତା
- ବୈଭବ ସୂର୍ଯ୍ୟବଂଶୀଙ୍କୁ ଅପେକ୍ଷା କରିବାକୁ ପଡ଼ିବ, ଆମ ପାଖରେ ଦୁଇଜଣ ଚମତ୍କାର ଏବଂ ସ୍ଥିର ପ୍ରଦର୍ଶନ କରୁଥିବା ଓପନର୍ ଅଛନ୍ତି: ଶ୍ରେୟସ ଆୟର
- Kolkata stampede: ବନ୍ଦ ହେବ କୋଲକାତାରେ ପୂଜା ମଣ୍ଡପ? ପୋଲିସର ବଡ଼ ନିର୍ଦ୍ଦେଶ…ମୁଖ୍ୟମନ୍ତ୍ରୀ କହିଲେ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହ ସରକାରୀ ଚାକିରି!
- Odisha’s new Governor:ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ବ୍ରଜମୋହନ;ଶପଥ ପାଠ କରାଇଲେ ହାଇକୋର୍ଟ ମୁଖ୍ୟ ବିଚାରପତି
- ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା!୪ କି.ମି.ଖଟିଆରେ ବୁହାହେଲେ ମା’ ଓ ନବଜାତ ଶିଶୁ
- France in flames: ଜଳୁଛି ଫ୍ରାନ୍ସ; ଦୁଇଟି ବିଶ୍ୱଯୁଦ୍ଧର ଝଡ଼ ସହିଥିଲା, ଦଙ୍ଗାର ନିଆଁରେ ଛାରଖାର ୧୪୩ ବର୍ଷର ଐତିହାସିକ ଟାଉନ୍ ହଲ୍!
- Odisha Durga Puja 2026: ମା’ ଦୁର୍ଗାଙ୍କ ଆରାଧନାରେ ଭକ୍ତିମୟ ପରିବେଶ..ଆଜି ମଣ୍ଡପରେ ମହାସପ୍ତମୀ ପୂଜା, ପୀଠରେ ମହାଷ୍ଟମୀ
- Gwalior Temple Tragedy:ମନ୍ଦିର କାନ୍ଥ ଭାଙ୍ଗି ଭିତରକୁ ପଶିଲା ଟ୍ରକ୍; ଚାପି ହୋଇ ୧୩ ଭକ୍ତଙ୍କ ମୃତ୍ୟୁ
- Chorbagan Sarbojanin Durga Pandal Stampede:ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି;ମୁଖ୍ୟମନ୍ତ୍ରୀଙ୍କ ଘୋଷଣା-ମୃତକଙ୍କ ପରିବାରକୁ ୨୫ ଲକ୍ଷର କ୍ଷତିପୂରଣ ଓ ସରକାରୀ ଚାକିରି
- ଫ୍ରାନ୍ସରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନକାରୀ ଓ ଛାତ୍ରଙ୍କ ଆନ୍ଦୋଳନ ସମୟରେ ହିଂସା ସହ ପୋଡ଼ାଜଳା

Comments are closed.