Latest Odisha News

BREAKING NEWS

୨୦୫୦ ବେଳକୁ ଭୟଙ୍କର ହେବ ଜଳବାୟୁ ପରିବର୍ତ୍ତନ ଜନିତ ସ୍ଥିତି

ନୂଆଦିଲ୍ଲୀ : ଆସନ୍ତା ୨୦୫୦ ବେଳକୁ ଜଳବାୟୁ ପରିବର୍ତ୍ତନ ଜନିତ ସ୍ଥିତି ହେବ ଭୟଙ୍କର । ବିଶ୍ବର ପ୍ରାୟ ୨୦ କୋଟି ଲୋକ ନିଜ ନିଜ ଭିଟାମାଟି ଛାଡିବେ । ବିଶ୍ବବ୍ୟାଙ୍କ ରିପୋର୍ଟରେ କୁହାଯାଇଛି ଯେ, ବିଶ୍ବରେ ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ବ୍ୟାପକ ଭାବେ ଦେଖାଦେଇଛି । ଆସନ୍ତା ୩୦ ବର୍ଷରେ ଏହି ସ୍ଥିତି ଆହୁରି ବ୍ୟାପକ ହେବ । ବିଶ୍ବ ତାପାୟନ ହ୍ରାସ ନିମନ୍ତେ ଯଦି କୌଣସି ପଦକ୍ଷେପ ନ ନିଆଯାଏ ତେବେ ଏହି ସଙ୍କଟ ଅଧିକ ହେବ । ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ବିଶ୍ବ ବ୍ୟାଙ୍କର ଗ୍ରାଉଣ୍ଡସ୍ବେଲ ରିପୋର୍ଟରେ କୁହାଯାଇଛି ଯେ, ଜଳାଭାବ, ସମୁଦ୍ର ଜଳପତ୍ତନ ବୃଦ୍ଧି, ଶସ୍ୟ ଉତ୍ପାଦନ ହ୍ରାସ ଯୋଗୁ ଆସନ୍ତା ୩୦ ବର୍ଷରେ ଅନେକ ସମସ୍ୟା ଦେଖାଦେବ । ଫଳରେ ଲୋକମାନେ ନିଜ ନିଜ ବାସସ୍ଥଳୀ ତ୍ୟାଗ କରି ଅନ୍ୟତ୍ର ଯିବାର ଆଶଙ୍କା ରହିଛି ।

ଅଧିକ ନିର୍ଗମନ ଓ ଅସମାନତା ଭିତ୍ତିକ ବିକାଶ ଯୋଗୁ ଏହି ବିପଦ ସୃଷ୍ଟି ହେବ । ଆମେରିକା, ଉତ୍ତର ଆଫ୍ରିକା, ଉପସାହରୀୟ ଆଫ୍ରିକା, ପୂର୍ବ ୟୁରୋପ, କେନ୍ଦ୍ର ଏସିଆ, ଦକ୍ଷିଣ ଏସିଆ, ପୂର୍ବ ଏସିଆ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏହି ସମସ୍ୟା ବ୍ୟାପକ ହେବ । ଅବକ୍ଷୟ ମୁଖୀ ସମୁଦ୍ର ଉପକୂଳ, କୃଷି ଉପରେ ଅଧିକ ନିର୍ଭରଶୀଳତା ଆଦି କାରଣରୁ ପ୍ରାୟ ୮ କୋଟି ୬୦ ଲକ୍ଷ ଲୋକ ବାସଚ୍ୟୁତ ହେବେ । ଦକ୍ଷିଣ ଏସିଆ ତଥା ବାଂଲାଦେଶରେ ବନ୍ୟା, ଶସ୍ୟହାନି ଆଦି ପରିଲକ୍ଷିତ ହେବ । ଏହାର ପ୍ରଭାବରେ ପ୍ରାୟ ୨ କୋଟି ଲୋକ ପ୍ରଭାବିତ ହେବେ । ଏହି ସମସ୍ୟା ଦିନକୁ ଦିନ ଅଧିକ ଘନୀଭୂତ ହେଉଛି ବୋଲି କହିଛନ୍ତି ଆନ୍ତର୍ଜାତିକ ରେଡକ୍ରସ ରେଡ୍ କ୍ରିସେଣ୍ଟ ଜଳବାୟୁ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ମାର୍ଟେନ ଭାନ ଆଲସ୍ତ ।

Leave A Reply

Your email address will not be published.