Latest Odisha News

ଆତ୍ମହତ୍ୟା ବୃଦ୍ଧି କରୁଛି ଜଳବାୟୁ ପରିବର୍ତ୍ତନ!

ଭୁବନେଶ୍ବର: ପରିବେଶ ମଣିଷକୁ ସୃଷ୍ଟିକରେ, ଶିଶୁଟିଏ ପରି ଲାଳନପାଳନ କରି, ତାକୁ ବଞ୍ଚିବା ପାଇଁ ଏକ ସୁସ୍ଥ ବାତାବରଣ ପ୍ରଦାନ କରିଥାଏ । ଆଉ ଏକ ସୁସ୍ଥ ପରିବେଶ ପାଇଁ ଜଳବାୟୁ ପରିବର୍ତ୍ତନ ଭୂମିକା ଗୁରୁତ୍ବପୂର୍ଣ୍ଣ । କିନ୍ତୁ ଏବେ ଲାଳିତପାଳିତ ହେଉଥିବା ଶିଶୁଟିର ଅତ୍ୟାଧୁନିକ ଜୀବନଶୈଳୀ ସେହି ପରିବେଶ ପାଇଁ ବିପଦ ବଢାଇଲାଣି । ଯାହାର ସିଧା ପ୍ରଭାବ ଏବେ ତାକୁ ହିଁ ଭୋଗିବାକୁ ପଡୁଛି ।

ପରିବେଶ ଏବେ ମନୁଷ୍ୟ ଶରୀର ପାଇଁ ହାନିକାରକ ହୋଇଥିବା ବେଳେ ଏହାକୁ ନେଇ ଏବେ ଏକ ଚାଞ୍ଚଲ୍ୟ ରିପୋର୍ଟ ଦେଇଛି ସିଓପି-୨୯ । ସିଡନି ଅଜିରବୈଜାନ୍ ବାକୁରେ ଆୟୋଜିତ ହୋଇଥିବା ଏହି ଜଳବାୟୁ ଶିଖର ସମ୍ମିଳନୀ, ମନୁଷ୍ୟ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯେ କେତେ ନକରାତ୍ମକ ହେଲାଣି ତାହା ଦାବି କରିଛି ।

ଏଥିରେ ସାମିଲ ହୋଇଥିବା ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଦ୍ରୁତ ଜଳବାୟୁ ପରିବର୍ତ୍ତନ ଏବଂ ପ୍ରଦୂଷଣ, ଯୁବକଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି। ବିଭିନ୍ନ ଦେଶର ସରକାରୀ ପ୍ରତିନିଧୀମାନେ ଅଜରବେଜାନରେ ଏକତ୍ରିତ ହୋଇ ଯୁବପିଢିଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ପ୍ରାଧାନ୍ୟ ଦେବାକୁ ଦାବି କରିଛନ୍ତି। ବିଶେଷ କରି ଶିଶୁ ଏବଂ କିଶୋରମାନଙ୍କ ସହିତ କାର୍ଯ୍ୟ କରୁଥିବା ମାନସିକ ରୋଗ ବିଶେଷଜ୍ଞମାନେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଉଚ୍ଚ ତାପମାତ୍ରା, ଆତ୍ମହତ୍ୟା ଚିନ୍ତାଧାରା ଏବଂ ମନୁଷ୍ୟର ଆଚରଣ ମଧ୍ୟରେ ଯେଉଁ ସଂପର୍କ ରହିଛି ତାହା ଉପରେ ଅଧ୍ୟୟନ କରି ସେମାନଙ୍କ କହିବା ଅନୁଯାୟୀ, ମୁଖ୍ୟତଃ ଗରମ ଦିନ ମାନଙ୍କରେ ଆତ୍ମହତ୍ୟା ଚିନ୍ତା ଏବଂ ଆଚରଣ ହେତୁ ଏହି ସମୟରେ ଅଧିକାଂଶ ଯୁବଗୋଷ୍ଠୀ ମାନସିକ ରୋଗ ବିଶେଷଜ୍ଞଙ୍କ ସହାୟତା ଲୋଡନ୍ତି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଯୁବକମାନଙ୍କର ମାନସିକ ସ୍ୱାସ୍ଥ୍ୟ ଖରାପ ହେବାରେ ଲାଗିଛି ।

ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁଁ ଅଷ୍ଟ୍ରେଲିଆ ଏବଂ ସମଗ୍ର ବିଶ୍ୱରେ ଯୁବକମାନଙ୍କ ମାନସିକ ସ୍ୱାସ୍ଥ୍ୟ ଖରାପ ହେବାରେ ଲାଗିଛି । ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ ଅପର୍ଯ୍ୟାପ୍ତ ପଦକ୍ଷେପ ଯୋଗୁଁ ଏଭଳି ସମସ୍ୟା ବୃଦ୍ଧି ପାଉଥିବା ବିଶେଷଜ୍ଞମାନେ ଚେତାଇ ଦେଇଛନ୍ତି । ଜଳବାୟୁ ପରିବର୍ତ୍ତନ ଯୁବପିଢିଙ୍କ ମାନସିକ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଉଛି। ଅନେକ ପାଣିପାଗ ସମ୍ବନ୍ଧିତ ଘଟଣା, ଯେପରିକି ୨୦୧୯ ରେ ଅଷ୍ଟ୍ରେଲିଆର ବିନାଶକାରୀ ଜଙ୍ଗଲ ନିଆଁର ପ୍ରଳାପ, ବାତ୍ୟା, ବନ୍ୟା, ଯାହା ଯୁବପିଢିଙ୍କ ଶିକ୍ଷାକୁ ବାଧା ଦେବା ସହିତ, ସେମାନଙ୍କ ଉପରେ ଏକପ୍ରକାର ଚାପ ସୃଷ୍ଟି କରିଛି । ଏଥିସହିତ ଉଷ୍ମ ପାଣିପାଗ ସହିତ ଯୁବକମାନଙ୍କ ମଧ୍ୟରେ ଆତ୍ମହତ୍ୟା ଆଚରଣର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ । ହାରାହାରି ତାପମାତ୍ରାରେ ଅଳ୍ପ ବୃଦ୍ଧି ଅର୍ଥାତ ପ୍ରତିବର୍ଷ ଗରମ ଦିନର ହିଁ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଇପାରେ । କାରଣ ଗରମ ଆମ ଶରୀରରେ ଚିଡିଚିଡା ପଣ ଅଧିକ ସୃଷ୍ଟି କରିବା ସହିତ ଆମକୁ ଧର୍ଯ୍ୟହରା କରାଇଥାଏ । ଆଉ ପରିବେଶରେ ତାପମାତ୍ରା ବଢିଲେ ଯୁବପିଢିଙ୍କ ମାନସିକ ଚାପ ମଧ୍ୟ ଅଧିକ ବୃଦ୍ଧି ପାଇଥାଏ । ତା ସାଙ୍ଗକୁ ପାଠ ଚାପ, କାର୍ଯ୍ୟ ପରିସର ଚାପ, ବେକାରି ଭଳି ସମସ୍ୟା ଏହାକୁ ଆହୁରି ଅଧିକ ଉତ୍କଟ କରୁଛି । ଯାହା ଭବିଷ୍ୟତରେ ଆତ୍ମହତ୍ୟା ହାର ବଢାଇବା ଦାବି କରିଛନ୍ତି ବିଶେଷଜ୍ଞ ।

Leave A Reply

Your email address will not be published.