Latest Odisha News

BREAKING NEWS

ଗ୍ରୀନଲ୍ୟାଣ୍ଡର ନୀଳ ହ୍ରଦ ପାଲଟୁଛି ଧୂସର ରଙ୍ଗ! 

ନୂଆଦିଲ୍ଲୀ: ପଶ୍ଚିମ ଗ୍ରୀନଲ୍ୟାଣ୍ଡରେ ହଜାର ହଜାର ନୀଳ ହ୍ରଦ ରହିଛି। ଯାହା ସ୍ଥାନୀୟ ବାସିନ୍ଦାଙ୍କୁ ପାନୀୟ ଜଳ ଯୋଗାଇବା ସହ  ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ଶୋଷଣ କରିଥାଏ।

ତେବେ ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ ଶରତ ଋତୁରେ ପ୍ରବଳ ଗରମ ଏବଂ ବର୍ଷା ପରେ ପ୍ରାୟ ୭୫୦୦ ହ୍ରଦ ମାଟିଆ ରଙ୍ଗର ହେବାସହ କାର୍ବନ ମଧ୍ୟ ନିର୍ଗତ କରୁଛି। ଫଳରେ ଜଳ ଗୁଣବତ୍ତା ନିମ୍ନମାନର ହେବାରେ ଲାଗିଛି।

ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍ସେସରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ ଜୁଲାଇ ୨୦୨୩ ସୁଦ୍ଧା ଗୋଟିଏ ବର୍ଷରୁ ମଧ୍ଯ କମ୍ ସମୟ ମଧ୍ୟରେ ଏହି ହ୍ରଦର ଭୌତିକ, ରାସାୟନିକ ଏବଂ ଜୈବିକ ଗୁଣରେ ପରିବର୍ତ୍ତନ ଘଟିଥିଲା। ଏହି ପରିବର୍ତ୍ତନ ପ୍ରାୟ ଶହ ଶହ ବର୍ଷ ପରେ ଘଟିଥାଏ ଯାହାକି ଏକ ବିରାଟ ପରିବର୍ତ୍ତନ ଅଟେ।

ସୂଚନା ଅନୁଯାୟୀ, ଗ୍ରୀନଲ୍ୟାଣ୍ଡରେ ସାଧାରଣତଃ ଶରତ ୠତୁରେ ତୁଷାରପାତ ହୁଏ। କିନ୍ତୁ ତାପମାତ୍ରା ବୃଦ୍ଧି ଯୋଗୁଁ ଚଳିତ ଥର ଅଧିକ ପରିମାଣରେ ବର୍ଷା ହୋଇଥିଲା। ତେବେ ଅତ୍ୟଧିକ ଗରମ ଯୋଗୁଁ ସେଠାରେ ପର୍ମାଫ୍ରଷ୍ଟ ତରଳି ଯାଇ ପ୍ରଚୁର ପରିମାଣରେ କାର୍ବନ, ଲୁହା, ମ୍ୟାଗ୍ନେସିୟମ୍ ଏବଂ ଅନ୍ୟାନ୍ୟ ଉପାଦାନ ପାଣିରେ ମିଶିଯାଇଥିଲା। ଯାହା ଫଳରେ ହ୍ରଦ ଧୂସର ରଙ୍ଗର ହୋଇଯାଇଥିଲା।

ତେବେ ଭୌତିକ ଏବଂ ରାସାୟନିକ ଗୁଣରେ ପରିବର୍ତ୍ତନ ଯୋଗୁଁ ହ୍ରଦଗୁଡ଼ିକ ଅଧିକ ଅପରିଷ୍କାର ହୋଇଯାଇଥାଏ। ଏପରିକି ସେଠାକାର ପୃଷ୍ଠରେ କମ୍ ଆଲୋକ ପହଞ୍ଚିଥାଏ। ଫଳରେ ପ୍ଲୱକର ଜୈବ ବିବିଧତା ହ୍ରାସ ପାଇଥାଏ ଓ ସେହି ଅଞ୍ଚଳର କାର୍ବନ ଚକ୍ର ଉପରେ ଏହା ପ୍ରଭାବ ପକାଇଥାଏ।

 

Comments are closed.