Latest Odisha News

ଅଚାନକ କାରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲା ଗୋଟିଏ ପରିବାର

ସାଲେପୁର: ସାଲେପୁରର ମାହାଙ୍ଗା ସ୍ଥିତ ମଧୁପୁର ନିକଟରେ ଏକ ଚଳନ୍ତା କାରରେ ଅଚାନକ ନିଆଁ ଲାଗିବା ଫଳରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ଼୍ରାଇଭର ଓ ଦୁଇ ଶିଶୁଙ୍କ ସମେତ ଗୋଟିଏ ପରିବାର।

ସୂଚନାନୁସାରେ, ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁରର ଦିଲୀପ ବିଶ୍ବାଳ ତାଙ୍କ ପରିବାର ସଦସ୍ୟଙ୍କ ସହ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ସେଠାରୁ ଘରକୁ ଫେରୁଥିବା ବେଳେ ଏହି ଘଟଣା ଘଟିଛି। ଗାଡିରୁ ନିଆଁ ବାହାରୁଥିବା ଦେଖି ଡ୍ରାଇଭର ସମେତ ଅନ୍ୟ ମାନେ ଗାଡ଼ି ଛାଡି ପଳାଇ ଆସିଥିଲେ।

ଦେଖୁଦେଖୁ କାରଟି ନିଆଁରେ ପୋଡି ପାଉଁଶ ହୋଇଯାଇଥିଲା। ସୂଚନା ପାଇ କୁଆଁପାଳ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ନେଇ ସନ୍ଦେହ କରାଯାଉଛି।

Comments are closed.