Latest Odisha News

କୁମ୍ଭୀର ଆକ୍ରମଣରେ ନାବାଳକ ମୃତ ଘଟଣା, ୬ ଲକ୍ଷ ଟଙ୍କା ଅନୁକମ୍ପା ରାଶୀ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଟିକରପଡା ଠାରେ ମହାନଦୀରେ କୁମ୍ଭୀର ଆକ୍ରମଣରେ ଗୋଟିଏ ବାଳକର ମୃତ୍ୟୁ ଘଟଣାରେ ମୂଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ଏହା ସହିତ ମୃତ ବାଳକର ପରିବାରର ନିକଟତମ ଆତ୍ମୀୟଙ୍କୁ ୬ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଯୋଗାଇ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସୂଚନା ଅନୁସାରେ, ଟିକରପଡା ମହାନଦୀ କୂଳରେ ଜଣେ ୮ ବର୍ଷର ନାବାଳକ ଖେଳୁଥିବା ସମୟରେ ହଠାତ୍ ଏକ କୁମ୍ଭୀର ଆସି ତାକୁ ପାଣି ଭିତରକୁ ଟାଣି ନେଇଥିଲା । ଏହା ଦେଖି ନିକଟରେ ଥିବା ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ ଓ ପୋଲିସକୁ ଖବର ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ଉଭୟ ଟିମ୍ ପହଞ୍ଚି ପିଲାଟିକୁ ବହୁ ସମୟ ଧରି ମହାନଦୀରେ ଖୋଜା ଖୋଜି କରିବା ପରେ ମହାନଦୀରୁ ପିଲାଟିର ମୃତଦେହ ଉଦ୍ଧାର କରାଯାଇଥିଲା । ପିଲାଟିର ମୃତ୍ୟୁ ପରେ ପରିବାର ସହ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

 

Leave A Reply

Your email address will not be published.