Latest Odisha News

ଏମଏସଏମଇ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୨୮୯.୪୨ କୋଟି ଅନୁମୋଦନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମଏସଏମଇ କ୍ଷେତ୍ର ପାଇଁ ଏକ ବଡ ପ୍ୟାକେଜ ଘୋଷଣା କରିଛନ୍ତି । ତେବେ କୋଭିଡ୍ ସମୟରେ ବାଧାପ୍ରାପ୍ତ ହୋଇଥିବା ଏସଏମଇରେ ସୁଧାର ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ୨୮୯.୪୨ କୋଟି ଟଙ୍କା ଅନୁମୋଦନ କରିଛନ୍ତି ।

ଏହି ପୟାକେଜ ସବସିଡି, ଜିଏସଟି ଓ ବାର୍ଷିକ ଋଣ ପରିଶୋଧ କ୍ଷେତ୍ରରେ ସହାୟକ ହେବ ବୋଲି ଆଶା ରହିଛି । ବିଶେଷ କରି ମହିଳା ଓ ଦୁର୍ବଳ ଶ୍ରେଣୀର ଲୋକେ ଉପକୃତ ହେବେ । ରାଜ୍ୟର ମୋଟ ୧ ଲକ୍ଷ ୭୦ ହଜାର ଏମଏସଏମଇ ଉପକୃତ ହୋଇପାରିବେ ବୋଲି ଆଶା ରହିଛି । ମହିଳାଙ୍କ ଦ୍ୱାରା ପରିଚାଳିତ ୪୦ ପ୍ରତିଶତ କ୍ଷୁଦ୍ର ଉଦ୍ୟୋଗ ପାଇଁ ୧୦୮.୨୯ କୋଟି ମଞ୍ଜୁର କରାଯାଇଛି ।

ଏହି ଅନୁମୋଦନ ଫଳରେ ଅଣୁ ଓ ଅତିକ୍ଷୁଦ୍ର ଶିଳ୍ପ ଉଦ୍ୟୋଗଗୁଡ଼ିକ ବି ଉପକୃତ ହୋଇପାରିବେ । ୧୭୫ଟି ଉଦ୍ୟୋଗ ଜିଏସଟି ଭରଣା ଯୋଗ୍ୟ ହୋଇଛନ୍ତି । ଚଳିତ ବର୍ଷ ଏକ ହଜାର ଶିଳ୍ପକୁ ୧୫ ପ୍ରତିଶତ ଅତିରିକ୍ତ ଟପଅପ୍ ସବସିଡି ଦିଆଯିବ । ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ମଧ୍ୟ ସବସିଡି ଦିଆଯିବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ୧୦ କୋଟି ମଞ୍ଜୁର କରିଛନ୍ତି । ଏଥିରେ କେନ୍ଦ୍ରର ୬୦ ଭାଗ ଓ ରାଜ୍ୟ ୪୦ଭାଗ ଭାଗିଦାରୀ ରହିବ ।

Leave A Reply

Your email address will not be published.