Latest Odisha News

BREAKING NEWS

ବାଘେଲ ସରକାରଙ୍କ ଦୀପାବଳୀ ଭେଟି, କ୍ଷମତାକୁ ଆସିଲେ ମହିଳାଙ୍କୁ ମିଳିବ ୧୫ ହଜାର ଟଙ୍କା

ରାୟପୁର: ନିର୍ବାଚନୀ ରାଜନୀତି ଏବେ ବେଶ ସରଗରମ । ଛତିଶଗଡରେ ଜୋରଦାର ଚାଲିଛି ନିର୍ବାଚନୀ ପ୍ରଚାର । ନିଜ ଦଳକୁ ଜିତାଇବାପାଇଁ ଅନେକ ପ୍ରତିଶୃତି ବାଢୁଛନ୍ତି ରାଜନେତା । ଏହି ପ୍ରରିପେକ୍ଷିରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଦିପାବଳୀ ଦିନ ମହିଳାମାନଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଯଦି ଛତିଶଗଡରେ କଂଗ୍ରେସ କ୍ଷମତାରେ ରହେ ତେବେ ‘ଛତିଶଗଡ ଗୃହ ଲକ୍ଷ୍ମୀ ଯୋଜନା’ ଆରମ୍ଭ ହେବ । ଯାହା ଅଧୀନରେ ପ୍ରତିବର୍ଷ ମହିଳାଙ୍କ ଆକାଉଣ୍ଟରେ ୧୫ ହଜାର ଟଙ୍କା ଦିଆଯିବ । ଏହା ପୂର୍ବରୁ ଭାରତୀୟ ଜନତା ପାର୍ଟି ମଧ୍ୟ ତାର ଘୋଷଣା ପତ୍ରରେ ମହିଳାଙ୍କୁ ୧୨ ହଜାର ଟଙ୍କା ଦେବାକୁ ପ୍ରତିଶୃତି ଦେଇଛି ।

ବାଘେଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ, ସେ ଲେଖିଛନ୍ତି ‘ଛତିଶଗଡ ଗୃହ ଲକ୍ଷ୍ମୀ ଯୋଜନା’ ଆଧାରରେ ପ୍ରତିବର୍ଷ ମହିଳାଙ୍କ ଆକାଉଣ୍ଟରେ ୧୫ ହଜାର ଟଙ୍କା ଦିଆଯିବ । ଏଥିପାଇଁ ନା ଫର୍ମ ଭରିବାକୁ ପଡିବ ନା ଲମ୍ବା ଲାଇନ ରେ ଠିଆ ହେବାକୁ ପଡିବ । ସେ ଆହୁରି କହିଛନ୍ତି ମୋ ମାଆ ଓ ଭଉଣୀ ମାନେ ଆଜି ଦିପାବଳୀ ର ଶୁଭ ଅବସରରେ ଦେବୀ ଲକ୍ଷ୍ମୀ ଛତିଶଗଡକୁ ଅପାର ଆଶୀର୍ବାଦ କରନ୍ତୁ । ଆମ ଛତିଶଗଡ ଧନୀ ହେବା ଉଚିତ ଏବଂ ଆମେ ଦାରିଦ୍ର୍ୟର ଅଭିଶାପକୁ ଦୂର କରିବା ପାଇଁ ଆମର ସରକାର ପାଞ୍ଚ ବର୍ଷ ଧରି କାର୍ଯ୍ୟ କରିଛି ।

ଆଜି ଦିପାବଳୀ ପରି ଶୁଭ ଦିନରେ, ଆମେ ଆମର ମାଆ ଏବଂ ଭଉଣୀମାନଙ୍କୁ ଅଧିକ ସମୃଦ୍ଧ ଏବଂ ଦକ୍ଷ ଦେଖିବାକୁ ଚାହୁଁଛୁ । ତେଣୁ ଆଜି ଏହି ଶୁଭ ଅବସରରେ ମୁଁ ଘୋଷଣା କରିଛୁ ଯେ, ଆପଣ କଂଗ୍ରେସକୁ ଭୋଟ୍ ଦିଅନ୍ତୁ, ଛତିଶଗଡରେ କଂଗ୍ରେସ ସରକାର ଗଠନ କରନ୍ତୁ, ଆମେ ‘ଛତିଶଗଡ ଗୃହ ଲକ୍ଷ୍ମୀ ଯୋଜନା’ ଆରମ୍ଭ କରିବୁ, ଯାହା ଅଧୀନରେ ଆମେ ପ୍ରତ୍ୟେକ ମହିଳାଙ୍କୁ ବାର୍ଷିକ ୧୫ ହଜାର ଟଙ୍କା ଦେବୁ ।

ବାଘେଲ କହିଛନ୍ତି ଯେ, ‘ମୁଁ ସମସ୍ତ ମାଆ ଏବଂ ଭଉଣୀମାନଙ୍କୁ କହିବାକୁ ଚାହେଁ ଯେ ଆପଣ ମାନଙ୍କୁ କୌଣସି ସ୍ଥାନରେ ଧାଡିରେ ଛିଡା ହେବାର ଆବଶ୍ୟକ ନାହିଁ କିମ୍ବା କୌଣସି ଫର୍ମ ପୂରଣ କରିବାର ଆବଶ୍ୟକ ନାହିଁ । ସରକାର ଆପଣମାନଙ୍କର ସର୍ଭେ କରିବେ । ସବୁକିଛି ଅନଲାଇନ୍ ଦ୍ବାରା ହେବ ଏବଂ ଟଙ୍କା ଆସିବ । ସିଧାସଳଖ ଆଫଣଙ୍କ ଖାତାରେ ଏହି ଟଙ୍କା ଜମା ହେବ’।

Leave A Reply

Your email address will not be published.