Latest Odisha News

BREAKING NEWS

ନୂଆ ଓଡିଶା ଗଠନ ଲାଗି ଜନତାଙ୍କୁ ଆହ୍ୱାନ ଦେଲେ ନବୀନ

ଭୁବନେଶ୍ୱର: ସାରା ଦେଶରେ ୭୩ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନୂଆ ଓଡିଶା ଗଠନ ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ ଚଳିତ ଥର ପ୍ରଦର୍ଶନୀ ପଡିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯାଉଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନପତାକା ଉତ୍ତୋଳନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣରେ ପ୍ରକାଶ କରିଛନ୍ତି, ଜନସାଧାରଣ ଆମର ସବୁ କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁ । ଆହୁରି ମଧ୍ୟ ସେମାନଙ୍କୁ ତାଙ୍କର ହକ୍ ପ୍ରଦାନ କରିବା ଲାଗି ଆମେ ୫ଟି ମନ୍ତ୍ର କାର୍ଯ୍ୟକାରୀ କରିଛୁ ।

ଆହୁରି ମଧ୍ୟ ଲୋକମାନଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଏବଂ କୌଣସିପ୍ରକାର ଅପରାଧ ବିରୋଧରେ ତ୍ୱରିତ ନ୍ୟାୟ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଏପରିକି ରାଜ୍ୟର ସମସ୍ତ ଗ୍ରାମାଞ୍ଚଳରେ ବିଜୁଳି ପହଞ୍ଚିଥିବାବେଳେ ଯଦି କାହା ଘରକୁ ବିଦ୍ୟୁତ୍ ସଂଯୋଗ ହୋଇପାରିନାହିଁ, ତେବେ ସେମାନେ ଏଥିପାଇଁ ପଞ୍ଚାୟତକୁ ଦରଖାସ୍ତ ଦେଲେ ପ୍ରାୟ ୪୮ ଘଣ୍ଟା ମଧ୍ୟରେ ତାଙ୍କ ଘରକୁ ବିଦ୍ୟୁତ୍ ସରବରାହ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

ଆମ ସରକାର ଲୋକଙ୍କ ସେବା ପାଇଁ ତଥା ତାଙ୍କ ଟଙ୍କାରେ ଚାଲିଛି । ଗଣତନ୍ତ୍ରରେ ଲୋକ ହିଁ ଶ୍ରେଷ୍ଠ । ତେଣୁ ଆମ ପାଇଁ ଆପଣଙ୍କ ମତାମତ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ‘୫ଟି’ ଭିତ୍ତିକରି ଆମେ ଆରମ୍ଭ କରିଛୁ ‘ମୋ ସରକାର’ କାର୍ଯ୍ୟକ୍ରମ ।

ଯାହା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ଏହା ସବୁ ଥାନା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟକାରୀ ହେବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ୨୦୨୦ ମସିହା ମାର୍ଚ୍ଚ ୫ ତାରିଖ ସୁଦ୍ଧା ସବୁବିଭାଗ ଏହାକୁ କାର୍ଯ୍ୟକାରୀ କରିବେ ।

ସେହିପରି ଚଳିତ ବର୍ଷ ସାରା ବିଶ୍ୱ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ବାର୍ଷିକ ପାଳନ କରୁଛି । ଆମେ ଗାନ୍ଧିଜୀଙ୍କ ବିଚାର ଓ ଆଦର୍ଶର ପ୍ରାସଙ୍ଗିକତାକୁ ଆଜି ଅଧିକ ଅନୁଭବ କରୁଛୁ । ଅହିଂସାକୁ ଆମ ସମ୍ବିଧାନର ପ୍ରସ୍ତାବନାରେ ରଖିବା ପାଇଁ ମୁଁ ଦାବି କରିଆସିଛି ଏବଂ ଏହା ସାରା ବିଶ୍ୱରେ ଆମ ଗଣତନ୍ତ୍ରର ଗୌରବକୁ ଆହୁରି ବୃଦ୍ଧି କରିବ ।

Leave A Reply

Your email address will not be published.