ଭୁବନେଶ୍ବର: ‘ମୋ ସରକାର’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଥାନାଗୁଡିକରେ ଜନସାଧାରଣ କିପରି ସେବା ପାଉଛନ୍ତି ସେ ସଂପର୍କରେ ନିୟମିତ ମତାମତ ନେଉଛନ୍ତି । ଥାନାଗୁଡ଼ିକ ଯେପରି ଅଧିକ ଦକ୍ଷତାର ସହ ଜନସାଧାରଣଙ୍କୁ ଉନ୍ନତ ସେବା ଯୋଗାଇ ଦେଇପାରିବେ ତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ୫୮୭ଟି ଥାନା ପାଇଁ ବାର୍ଷିକ ୧୭.୫ କୋଟି ଟଙ୍କାର ଅତିରିକ୍ତ କଣ୍ଟିଜେନସି ପାଣ୍ଡି ମଞ୍ଜୁର କରିଛନ୍ତି ।
ତଦନୁଯାୟୀ ଭୁବନେଶ୍ୱର-କଟକ ପୁଲିସ କମିଶନରେଟ ଅଧିନରେ ଥିବା ସମସ୍ତ ୪୪ଟି ଥାନା ପାଇଁ ମାସିକ ୪୦ ହଜାର ଟଙ୍କା ଲେଖାଏଁ ଓ ୧୪୨ଟି ସହାରଞ୍ଚଳ ଥାନା ପାଇଁ ମାସିକ ୩୦ ହଜାର ଟଙ୍କା ଲେଖାଏଁ ଏବଂ ୩୫୧ଟି ଗ୍ରାମାଞ୍ଚଳ ଥାନା ପାଇଁ ମାସିକ ୨୦ ହଜାର ଟଙ୍କା ଲେଖାଏଁ ମଞ୍ଜୁର କରାଯାଇଛି ।
Comments are closed.