Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ, ୧୧ଶହ କୋଟି ଟଙ୍କା ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ

ବ୍ରହ୍ମପୁର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡାଠାରେ ପହଞ୍ଚି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟାହ୍ନ ସମୟରେ ରଙ୍ଗେଇଲୁଣ୍ଡାଠାରେ ଥିବା ଏୟାର ଷ୍ଟ୍ରିପଠାରେ ପହଞ୍ଚିବା ପରେ ପ୍ରାୟ ୧୧ଶହ କୋଟି ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡ଼ିକର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ ।

ଏହାପରେ ଚାଷୀମାନଙ୍କ ଦ୍ୱାରା ଆୟୋଜିତ ଏକ ବିଶାଳ ଜନ ସମାବେଶରେ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନା ଅନ୍ତର୍ଗତ କୃଷକ ସହାୟତା ପ୍ରଦାନ ଅର୍ଥରାଶି ଆକାଉଣ୍ଟକୁ ପଠାଇବାର ବ୍ୟବସ୍ଥାକୁ ସୁଇଚ୍ ଟିପି ଶୁଭାରମ୍ଭ କରିଥିଲେ ।

ଏହି ବିଶାଳ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀମାନଙ୍କୁ କାଳିଆ ସହାୟତା ବଣ୍ଟନ ପତ୍ର ଓ କାଳିଆ ଯୋଜନା ସମ୍ବନ୍ଧୀୟ ଅଡିଓ ଭିଜୁଆଲ୍ ଉନ୍ମୋଚନ କରିଥିଲେ ।

ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡାଠାରେ ଅନୁଷ୍ଠିତ ହୋଇଥିବା ଏହି ଚାଷୀ ସମାବେଶର ସଭାମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଅନେକ ଚାଷୀ ଉପସ୍ଥିତ ରହିଥିଲେ । ସମସ୍ତ ଚାଷୀମାନେ ସେମାନଙ୍କର ମତବ୍ୟକ୍ତ କରିଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ହୋଇଥିବା ହଜାର ହଜାର ଚାଷୀମାନଙ୍କୁ ସମ୍ବୋଧିତ କରିଥିଲେ ।

Leave A Reply

Your email address will not be published.