Latest Odisha News

BREAKING NEWS

ଆସନ୍ତାକାଲି ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ନଭେମ୍ବର ୨୪ ତାରିଖରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ଆସନ୍ତା କାଲି ତଥା ସୋମବାର ସକାଳ ୧୦ଟା ୩୦ ସମୟରୁ ଭୁବନେଶ୍ୱର ୟୁନିଟ ୨ ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ) ଠାରେ ମୁଖ୍ୟମନ୍ତ୍ରୀ ଜନଶୁଣାଣି କରିବେ।

ଗତ ସେପ୍ଟେମ୍ବର ୮ ତାରିଖରେ ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ଅଭିଯୋଗ କରିଥିଲେ, ଏହି ଶୁଣାଣି ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଜଣାପଡ଼ିଛି l ସେମାନଙ୍କୁ ଆଉ ପୁନଃ ପଞ୍ଜୀକରଣର ଆବଶ୍ୟକତା ପଡ଼ିବ ନାହିଁ। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 

Comments are closed.