Latest Odisha News

BREAKING NEWS

ଜନ୍ମ ମାଟିରେ ରୋଡ ଶୋ କରୁଛନ୍ତି ମୋହନ ମାଝୀ, ସାଧାରଣ ସଭାରେ ଦେବେ ଉଦ୍ବୋଧନ

କେନ୍ଦୁଝର: ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜନ୍ମମାଟିରେ ପାଦ ଥୋଇବା ପରେ ଭବ୍ୟ ସମ୍ବର୍ଦ୍ଧନାର ସହ ସ୍ବାଗତ କରିଛନ୍ତି ରାଇକଳା ବାସୀ । ଏହା ପରେ ଏକ ବିଶାଳ ରୋଡ ଶୋ ଯୋଗେ ରାଇକଳା ରାସ୍ତାରେ ନିଜ ମାଟି ଭାଇଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ପରେ ଝୁମ୍ପୁରା ଦୁର୍ଗାମଣ୍ଡପ ପଡିଆରେ ବିଶାଳ ଜନସଭାକୁ ଉଦ୍ବୋଧନ ଦେବେ ।

ସୂଚନାଯୋଗ୍ୟ, ୨ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିପାଇଁ ରବିବାର କେନ୍ଦୁଝରରେ ପହଞ୍ଚିଛନ୍ତି ମୋହନ ମାଝୀ । ପରେ ରୋଡ ଶୋ’ କରି ଘଟଗାଁର ଆରାଧ୍ୟା ଦେବୀ ମା’ ତାରିଣୀଙ୍କ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ପୁରୁଣା ସହର ଯାଇ ବଳଦେବଜୀଉଙ୍କୁ ଦର୍ଶନ କରି ଏକ ରୋଡ ଶୋ’ରେ କେନ୍ଦୁଝର ସହର ପରିକ୍ରମା କରିଥିଲେ । ଏହାପରେ କେନ୍ଦୁଝର ସର୍କିଟ ହାଉସଠାରେ ରାତ୍ରିଯାପନ କରିବା ପରେ ଆଜି ସକାଳେ ନିଜ ଗାଁ ରାଇକଳା ପାଇଁ ବାହାରିଛନ୍ତି ମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ଗାଁ ନିକଟରେ ଥିବା ଝୁମ୍ପୁରାରେ ଏକ ରୋଡ ଶୋ’ କରି ଝୁମ୍ପୁରା ଦୁର୍ଗାମଣ୍ଡପ ପଡିଆରେ ଆୟୋଜିତ ହୋଇଥିବା ସଭାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଏହା ପରେ ନିଜ ଘରକୁ ଯାଇ ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.