Latest Odisha News

BREAKING NEWS

କେରଳରେ ବନ୍ୟା ବିତ୍ପାତ: ୫କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ପ୍ରବଳ ବର୍ଷା ଯୋଗୁଁ କେରଳରେ ବନ୍ୟାସ୍ଥିତି ବିଗିଡୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତାର ହାତ ବଢାଇଛନ୍ତି । ଏହି ବନ୍ୟା ଧିରେଧିରେ ତାଣ୍ଡବର ରୂପ ନେଉଥିବାବେଳେ କେରଳରେ ମୃତ୍ୟୁସଂଖ୍ୟା ପାଖାପାଖି ୮୦ ଛୁଇଁଲାଣୀ ।

ସୂଚନା ଅନୁଯାୟୀ ବନ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେରଳକୁ ୫କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ପୂର୍ବରୁ ଓଡିଶା ମୁଖ୍ୟମନ୍ତ୍ରୀ ବନ୍ୟା ଓ ଦୁର୍ବିପାକ ସମୟରେ ଅନେକ ରାଜ୍ୟକୁ ଏଭଳି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

ସେପଟେ ବନ୍ୟାସ୍ଥିତିରୁ ମୁକାବିଲା କରିବା ପାଇଁ କେରଳ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ସହାୟତା ମାଗିଛନ୍ତି । ଅନ୍ୟପକ୍ଷରେ ସେନା, ବାୟୁସେନା, କୋଷ୍ଟ ଗାର୍ଡ ଓ ନୌସେନା ପକ୍ଷରୁ ଯୁଦ୍ଧ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ବନ୍ୟା ପିଡିତ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି ।

ତେବେ ୧୯୨୪ ମସିହା ପରଠାରୁ ଏହା ହେଉଛି କେରଳ ପାଇଁ ସବୁଠାରୁ ଭୟଙ୍କର ବନ୍ୟା ।

Leave A Reply

Your email address will not be published.