Latest Odisha News

BREAKING NEWS

ବ୍ରହ୍ମପୁରର ଏହି କୋଭିଡ ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର: ବ୍ରହ୍ମପୁରର ସବ୍ ଇନସପେକ୍ଟର ବି.ବି ସେଠୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବ୍ ପ୍ରଶଂସା କରିଛନ୍ତି । ସେ ନିକଟ ଅତୀତରେ କରୋନା ରୋଗରୁ ସୁସ୍ଥ ହୋଇ ତୁରନ୍ତ କାର୍ଯ୍ୟରେ ଯୋଗ ଦେଇଥିଲେ ।

ଏନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଟ୍ୱିଟ ମଧ୍ୟ କରିଛନ୍ତି ।

କୋଭିଡ୧୯ ରୋଗକୁ ପରାଜିତ କରି କାମରେ ସଙ୍ଗେସଙ୍ଗେ ଯୋଗ ଦେଇଥିବାରୁ ବ୍ରହ୍ମପୁରର ସବ୍ ଇନସପେକ୍ଟର ବି.ବି ସେଠୀ ପ୍ରଶଂସା ଯୋଗ୍ୟ । କାମ ପ୍ରତି ତାଙ୍କର ଏଭଳି ସମର୍ପଣ ଭାବ କରୋନାଭାଇରସ ମହାମାରୀ ବିରୋଧରେ ଚାଲିଥିବା ଲଢେଇକୁ ଅଧିକ ମଜଭୁତ କରିବ ବୋଲି ଉକ୍ତ ଟ୍ୱିଟରେ ଉଲ୍ଲେଖ ରହିଛି ।

ସେ କାର୍ଯ୍ୟରେ ଯୋଗ ଦେବାପରେ ବ୍ରହ୍ମପୁର ଏସପି ଗୁରୁବାର ଦିନ ଟ୍ୱିଟ୍ ଜରିଆରେ ଜଣାଇଥିଲେ । ଏଥିସହିତ ଶ୍ରୀ ସେଠୀ ଜଣେ ପ୍ରକୃତ କୋଭିଡ ଯୋଦ୍ଧା ଏବଂ ସେ ସୁସ୍ଥ ରୁହନ୍ତୁ ବୋଲି ଉକ୍ତ ଟ୍ୱିଟରେ ଉଲ୍ଲେଖ କରିଥିଲେ ଏସପି ।

Leave A Reply

Your email address will not be published.